ଅତୁଲ ସୁଭାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି; ମୋ ଛଡ଼ା ମୋ ମାଆର ଆଉ କେହି ନାହାନ୍ତି...

ଅତୁଲ ସୁଭାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି । ଭୁବନେଶ୍ୱର ମହିଳା ଥାନାରୁ ବାହାରିବା ପରେ OAS ଅଧିକାରୀ ସାର୍ଥକ ସୌରଭଙ୍କର ଏହା ହେଉଛି ପ୍ରତିକ୍ରିୟା । ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାର୍ଥକ ସୌରଭ । ସେ କହିଛନ୍ତି ଯେ ମୋ ଛଡ଼ା ମାଆର କେହି ନାହାନ୍ତି; ମାଆ, ଭଉଣୀଙ୍କୁ ସପୋର୍ଟ ଦରକାର । ପତ୍ନୀ କେବେ ସପୋର୍ଟ ଦେଉ ନଥିଲେ ।

ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି, ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ କିନ୍ତୁ ସେମିତି କିଛି ହେଲାନି ବୋଲି ସେ କହିଛନ୍ତି । ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସାର୍ଥକ ସବୁ ସେବା କରିଥିବା କହିଛନ୍ତି । କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି ବୋଲି ସେ କହିଛନ୍ତି ।

oas officer said Not Atul Subhas

କିଛି ଦିନ ଧରି ଓଏଏସ ଅଧିକାରୀ ଏବଂ ପତ୍ନୀ ଅର୍ଚ୍ଚନା ଦାସଙ୍କ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ସାର୍ଥକ ସୌରଭ ମହିଳା ଥାନାରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପତ୍ନୀ ଅର୍ଚ୍ଚନାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଛୁଆ ଜନ୍ମ ହେବା ପରେ ସବୁ କାମ ମୁଁ କରିଛି । ମୁଁ ଏବେ ଯାଏ ପୁଅକୁ ଦେଖିପାରିନି ।

ମୋ ଛଡା ମାଆର କେହି ନାହାନ୍ତି, ମାଆ ଭଉଣୀଙ୍କୁ ସପୋର୍ଟ ଦରକାର । ପତ୍ନୀ କେବେ ସପୋର୍ଟ ଦେଉନଥିଲେ । ଭାବିଥିଲି ଛୁଆ ହେଲେ ସବୁ ସ୍ୱାଭାବିକ ହୋଇଯିବ । ତାଙ୍କ ଘର ପକ୍ଷରୁ କୌଣସି ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ମୁଁ ଅପରାଧ କରିଦେଲି । ତାଙ୍କ ଘର ପକ୍ଷରୁ କୌଣସି ସହେଯାଗ ମିଳିଲାନି । ତମୁ ଘରେ ରହିଲି ବୋଲି ଛୁଆ କୁପୋଷଣ ହେଲା କହିଲେ ପତ୍ନୀ ।

ମାଆ ଅସୁସ୍ଥ ହେବାରୁ ହସ୍ପିଟାଲରୁ କିଛି ସମୟ ପାଇଁ ଘରକୁ ଆସିଥିଲି । ମୁଁ ଅତୁଲ ସୁବାଷ ନୁହେଁ ଶେଷ ପଯ୍ୟନ୍ତ ଲଢେଇ କରିବି । କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି । ଗତକାଲି ପତ୍ନୀଙ୍କ ଅଭିଯୋଗ କ୍ରମେ ଓଏଏସ ସାର୍ଥକ ମହିଳା ଥାନାରେ ପହଞ୍ଚିଥିଲେ । ସେଠାରେ ପୋଲିସ ପଚରା ଉଚରା କରି ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+