ନୂଆଁଖାଇ ଭେଟି: ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା, ଉପକୃତ ହେବେ ରାଜ୍ୟର ୪୬ ଲକ୍ଷରୁ ଅଧିକ ଚାଷୀ
ଆଜି ମିଳିବ ସିଏମ୍ କିଷାନ ସହାୟତା । ନୂଆଁଖାଇ ଭେଟି । ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା । ସମ୍ବଲପୁରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପକୃତ ହେବେ ରାଜ୍ୟର ୪୬ ଲକ୍ଷରୁ ଅଧିକ ଚାଷୀ ।

ପୂର୍ବରୁ ରାଜ୍ୟର ଚାଷୀମାନେ କାଳିଆ ଯୋଜନା ମାଧ୍ୟମରେ ସରକାରଙ୍କ ଆର୍ଥିକ ସହାୟତା ପାଇ ଉପକୃତ ହେଉଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଳିଆ ଯୋଜନା ପରିବର୍ତ୍ତେ ସିଏମ କିଷାନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାଦ୍ବାରା ଚାଷୀଙ୍କୁ ବର୍ଷକୁ ୨ଟି କିସ୍ତିରେ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ ଏବଂ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ। ଏହି ଯୋଜନାରେ ସମସ୍ତ ଚାଷୀ ତଥା ଭୂମିହୀନ, ପିଏମ କିଷାନ ଯୋଜନରେ ଅନ୍ତର୍ଭୁକ୍ତ ଚାଷୀ ମଧ୍ୟ ଆର୍ଥିକ ସହାୟତା ପାଇପାରିବେ ।
ଚାଷୀମାନେ ନୂତନ ଭାବେ ସିଏମ କିଷାନ ଯୋଜନାରେ ସାମିଲ ହେବା ପାଇଁ ମଧ୍ୟ ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ। ଏହି ଯୋଜନାରେ ଟଙ୍କା କିସ୍ତି ହିସାବରେ ନୂଆଖାଇ ଏବଂ ଅକ୍ଷୟତୃତୀୟାରେ ଚାଷୀଙ୍କୁ ମିଳିପାରିବ। ପୂର୍ବ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନାକୁ ବନ୍ଦ କରାଯାଇ ନୂତନ ମୁଖ୍ୟମନ୍ତ୍ରୀ ସିଏମ କିଷାନ ଯୋଜନା ଆରମ୍ଭ କରିବେ। ଯେଉଁମାନେ ପ୍ରକୃତ ଚାଷୀ ଏବଂ ଯୋଗ୍ୟ ହିତାଧିକାରୀ, ସେମାନେ ଏହି ଯୋଜନାରେ ଉପକୃତ ହୋଇପାରିବେ। ୪୫ ଲକ୍ଷ ୭୬ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମି ହୀନ ଚାଷୀ ସିଏମ କିଷାନ ଟଙ୍କା ପାଇପାରିବେ।
ଚାଷୀଙ୍କ ପାଇଁ ଏହି ସରକାର ସମର୍ପିତ। ତେଣୁ କୃଷକଙ୍କ କଲ୍ୟାଣ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ପୂର୍ବାପେକ୍ଷା ବଜେଟ ଦୁଇ ଗୁଣା ବୃଦ୍ଧି କରାଯାଇଛି।ସିଏମ କିସାନ ଯୋଜନାରେ ବର୍ଷରୁ ଦୁଇ ହଜାର ଲେଖାଏ ଦୁଇଟି କିସ୍ତି ମିଳିବ। କାଳିଆ ଅପେକ୍ଷା ସିଏମ କିସାନ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ ହୋଇଛି।
କାଳିଆ କେବଳ ଦଳୀୟ କର୍ମୀଙ୍କୁ ଦିଆଯାଉଥିଲା କିନ୍ତୁ ସିଏମ କିସାନ ଯୋଜନା ରୁ କୌଣସି ଯୋଗ୍ୟ ହିତାଧୀକାରୀ ବାଦ ପଡ଼ିବେନି। ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। କୃଷକଙ୍କ ପାଇଁ ସମର୍ପିତ ଏହି ସରକାର।
ଏଥିପାଇଁ ସରକାର କୃଷି ବିଭାଗର ସର୍ବକାଳୀନ ବଜେଟ କରିଛନ୍ତି। କୃଷକଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କୃଷି ବିଦ୍ୟା ନିଧି ଯୋଜନା ବି ସରକାର ଆରମ୍ଭ କରିଛନ୍ତି।ଓଡ଼ିଶା ହେବ ମିଲେଟ ହେବ। ଏଥିପାଇଁ ଶ୍ରୀ ଅନ୍ନ ଯୋଜନା କରାଯାଇଛି। ୩୦ ଜିଲ୍ଲାର ୧୭୭ ବ୍ଲକରେ ମାଣ୍ଡିଆ ଚାଷ କରାଯିବ। ସବ ଡିଭିଜନ ସ୍ତରରେ ୫୮ ଶୀତଳ ଭଣ୍ଡାର ନିର୍ମାଣ କରାଯିବ












Click it and Unblock the Notifications