ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲେ ନର୍ସିଂ ସଂଘ: ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ସାରା ରାଜ୍ୟରେ ୧୦ ଦଫା ଦାବୀ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ ନର୍ସିଂ ଅଫିସର। ନର୍ସିଂ ଆନ୍ଦୋଳନକୁ ନେଇ ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ବଡ଼ ଖବର। ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନର୍ସିଂ ସଂଘ ରାଜି ହୋଇଥିବା ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ନର୍ସିଂ ସଂଘ ସହ ଆଲୋଚନା ପରେ ମନ୍ତ୍ରୀ ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି। ଆଜି ସନ୍ଧ୍ୟାରେ ଓଡ଼ିଶା ନର୍ସିଂ ସଂଘର କର୍ମକର୍ତ୍ତାମାନେ ଆଲୋଚନା ପାଇଁ ଆସିଥିଲେ। ତାଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା। ଆମେ ଏକ କମିଟି ଗଠନ କରିବୁ। ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନର୍ସିଂ ସଂଘ ସଭାପତି ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ, ଆସନ୍ତାକାଲିଠାରୁ ଆମେ ରୋଗୀସେବାରେ ଯୋଗ ଦେବୁ ବୋଲି କହିଛନ୍ତି ନର୍ସିଂ ସଂଘ ସଭାପତି ।












Click it and Unblock the Notifications