ଏମ୍ସରେ ଆଖିବୁଜିଲେ ନର୍ସିଂ ଛାତ୍ରୀ
ଉମରକୋଟ ରାଇଘରର ପୀଡ଼ିତା ନର୍ସିଂ ଛାତ୍ରୀଙ୍କର ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ, ଏହି ଯୁବତୀଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ପରେ ଝିଅଟିର ଫଟୋ ଭାଇରାଲ କରିଥିଲା।

ଏକତରଫା ଭଲ ପାଉଥିବା ଯୁବକ ଓ ଜଣେ ସିକ୍ୟୁରିଟି ଗାର୍ଡ ଝିଅଟିର ଫଟୋ ଭାଇରାଲ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସାରିଛି। ଫଟୋ ଭାଇରାଲ ପରେ ଯୁବତୀ ଜଣକ ବିଷ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ପ୍ରାଣ ହାନି ଘଟିଛି।












Click it and Unblock the Notifications