ସବୁ ଜିଲ୍ଲାପାଳଙ୍କୁ ଚିଠି: ବଢିବ ଟିକାକରଣ କେନ୍ଦ୍ର ସଂଖ୍ୟା, ଘରୋଇ ହସ୍ପିଟାଲ ମାନିବେ ଏସବୁ ନିୟମ

ଆସନ୍ତାଦିନରେ ରାଜ୍ୟରେ ବଢ଼ିବ କରୋନା ଟିକାକରଣ କେନ୍ଦ୍ର ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କ ସମେତ ସମସ୍ତ ମହାନଗର ନିଗମକୁ ଚିଠି ଲେଖିଛନ୍ତି ।

ଭୁବନେଶ୍ୱର: ଆସନ୍ତାଦିନରେ ରାଜ୍ୟରେ ବଢ଼ିବ କରୋନା ଟିକାକରଣ କେନ୍ଦ୍ର ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କ ସମେତ ସମସ୍ତ ମହାନଗର ନିଗମକୁ ଚିଠି ଲେଖିଛନ୍ତି । ବିଏସକେୱାଇ ଓ ସିଜିଏପଏସ୍ ଅନ୍ତର୍ଭୁକ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଟିକାକରଣ ହେବ ।

ହସ୍ପିଟାଲରେ ଉପଲବ୍ଧ ଥିବା ଭିତ୍ତିଭୂମି ଯାଞ୍ଚ କରି ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ।

corona vaccination

ଘରୋଇ ହସ୍ପିଟାଲରେ କଣ ରହିବ ସୁବିଧା ?

ଘରୋଇ ହସ୍ପିଟାଲରେ ଆବଶ୍ୟକ କୋଲ୍ଡ ଚେନ୍ ସାମଗ୍ରୀ ଓ କ୍ଷମତା ଥିବା ଆବଶ୍ୟକ । ସେହିପରି ଏକାଧିକ କଠୋରୀ, ଅପେକ୍ଷା ଗୃହ, ଟୀକାକରଣ ଗୃହ ରହିବ । ଟିକାକରଣ ପରେ ଟୀକା ନେଇଥିବା ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣ ଲାଗି ସୁବିଧା ଥିବା ଆବଶ୍ୟକ । ଆହୁରି ମଧ୍ୟ ଟୀକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ଚିକିତ୍ସା ଲାଗି ସଂପୃକ୍ତ ଘରୋଇ ହସ୍ପିଟାଲ ଆଗ୍ରହ ରଖୁଥିବା ଦରକାର ।

ଏସବୁ ମାନଦଣ୍ଡକୁ ଦେଖି ମହାନଗର ନିଗମ କମିଶନର ଓ ଜିଲ୍ଲାପାଳ ଘରୋଇ ହସ୍ପିଟାଲ ଗୁଡିକର ପ୍ରସ୍ତାବ ଦେବାକୁ କୁହାଯାଇଛି । ଏଠାରେ ସୂଚନାଥାଉକି, ଦ୍ୱିତୀୟ ପର୍ଯ୍ୟାୟରେ ଘରୋଇ ହସ୍ପିଟାଲରେ ଟୀକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମ୍ମୁଖ ଯୋଦ୍ଧା ଓ 60 ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+