ରାଜ୍ୟରେ ବଢିବ ପଞ୍ଚାୟତ ଓ ବ୍ଲକ ସଂଖ୍ୟା, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ
Odisha News: ରାଜ୍ୟରେ ପଞ୍ଚାୟତ ଓ ବ୍ଲକ ସଂଖ୍ୟା ବଢିବ ଯେଉଁଥି ପାଇଁ ମାର୍ଚ୍ଚ ମାସ ପରେ କାର୍ଯ୍ୟ ଆରମ୍ଭ ହେବ । ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରତି ୧୦ ବର୍ଷରେ ଥରେ ପଞ୍ଚାୟତର ପୁନଃ ଗଠନ ହୋଇଥାଏ ଏବଂ ୨୦ ବର୍ଷରେ ବ୍ଲକ ଗଠନ । ସେହି ପ୍ରାବଧାନରେ ନୂଆ ପଞ୍ଚାୟତ ଗଠନ ନେଇ ପ୍ରୟାସ ଜାରି ରହିଛି ।

ମନ୍ତ୍ରୀ ଆହୁରି କହିଛନ୍ତି, ଅନେକ ସ୍ଥାନରେ ନୂଆ ବ୍ଲକ ଗଠନ ହେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଗୋଟିଏ ବ୍ଲକରେ ୩୮ଟି ପଞ୍ଚାୟତ ରହିଛି ଏବଂ ଏତେ ବଡ଼ ବ୍ଲକରେ ଜଣେ ବିଡିଓ କାମ କରିବା କଷ୍ଟକର । ତେଣୁ ଖୁବ୍ ଶୀଘ୍ର ବ୍ଲକ ଏବଂ ପଞ୍ଚାୟତ ସଂଖ୍ୟା ବଢାଯିବ ଯେଉଁଥି ପାଇଁ ଯୋଜନା କରାଯାଉଛି ଏବଂ ମାର୍ଚ୍ଚ ମାସ ବଜେଟ୍ ଅଧିବେଶନ ଶେଷ ହେବା ପରେ ଏନେଇ କାର୍ଯ୍ୟ ଆରମ୍ଭ ହେବ ।












Click it and Unblock the Notifications