• search
For Quick Alerts
Turn On Notification  
For Daily Alerts

'କରୋନା ମୁକାବିଲା ପାଇଁ ରାଜ୍ୟରେ ୫ ଗୁଣା ବଢିବ ବେଡ୍‌ ସଂଖ୍ୟା'

|

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଚିକିତ୍ସା ପାଇଁ ଗତ ବର୍ଷ ଅପେକ୍ଷା ୪ ରୁ ୫ ଗୁଣା ଅଧିକ ବେଡ୍ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।

Director of Public Health

ସେ କହିଛନ୍ତି, ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ଶଯ୍ୟା ଵୃଦ୍ଧି କରାଯିବ । ଆଇସିୟୁ ବଢ଼ାଇବା ଏତେଟା ସମ୍ଭବପର ନୁହେଁ । କାରଣ ଆଇସିୟୁ ପାଇଁ ସେଟଅପ୍ ଦରକାର । ତଥାପି ପ୍ରାୟ ୨ଗୁଣ ଆଇସିୟୁ ବେଡ୍‌ ବୃଦ୍ଧି କରାଯିବ । ୪ଟି କଟାଗୋରୀର ବେଡ୍ ଦରକାର । ସାଧାରଣ ବେଡ୍, ଅକ୍ସିଜେନ ସପୋର୍ଟ ବେଡ୍, ଆଇସିୟୁ ବେଡ୍ ଏବଂ ଆଇସିୟୁ ସହ ଭେଣ୍ଟି ଲେଟର ଥିବା ବେଡ୍ । ନିୟମ ଅନୁସାରେ ୧୦୦ ବେଡରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ ଦରକାର । ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ୍ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କୁ ବେଡ୍ ମିଳୁ ନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି ସ୍ଥିତି ସୃଷ୍ଟି ହୋଇନାହିଁ। ଆମ ପାଖରେ ଏବେ ଯେତିକି ସାଧାରଣ ବେଡ୍‌ ଅଛି ସେଥିରୁ ମାତ୍ର ୨୫ ପ୍ରତିଶତରେ ରୋଗୀ ଅଛନ୍ତି। ସେହିଭଳି ଆଇସିୟୁରେ ଯେତିକି ବେଡ୍‌ ଅଛି ସେଥିରୁ ୬୦% ରୋଗୀ ଅଛନ୍ତି । ବାକି ୪୦% ଆଇସିୟୁ ବେଡ୍ ଖାଲି ପଡ଼ିଛି।

ଶ୍ରୀ ମିଶ୍ର କହିଛନ୍ତି, ୨୪୮ଟି ଭେଣ୍ଟିଲେଟର ବେଡ୍‌ ଥିବା ବେଳେ ମାତ୍ର ୪୫ଟିରେ ରୋଗୀ ଅଛନ୍ତି। ଗତକାଲି ସୁଦ୍ଧା ଆଇସିୟୁରେ ୫୪୧ଟି ବେଡ୍ ଥିବା ବେଳେ ୩୨୯ଟି ବେଡ୍‌ରେ ରୋଗୀ ଥିଲେ। ଏହାଛଡ଼ା ଷ୍ଟାଣ୍ଡବାୟ ବେଡ୍‌ ମଧ୍ୟ ଆମ ପାଖରେ ଅଛି । ତେଣୁ ରୋଗୀ ସଂଖ୍ୟା ବଢ଼ିଲେ ବେଡ୍ ସଂଖ୍ୟା ବଢ଼ିବ। କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
number of beds in state will increase due to corona situation
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X