ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ଯିବା ମନା: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ଯିବାକୁ ମନା କରାଯାଇଛି ବୋଲି ଜନସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ଭୁବନେଶ୍ବର: ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ଯିବାକୁ ମନା କରାଯାଇଛି ବୋଲି ଜନସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ କରୋନା ସଂକ୍ରମଣ ବଢ଼ିଥିବାରୁ ନୂଆପଡ଼ାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କରିଛି ପ୍ରଶାସନ। ଲୋକଙ୍କୁ ସଚେତନ କରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି।

ସେହିପରି ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ସଂକ୍ରମଣ ସଂଖ୍ୟା ବଢିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତା ଘାରିଛି । ଖାସ୍ କରି ନୂଆପଡା, ବରଗଡ଼, ଖୋର୍ଦ୍ଧା ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହା ଉପରେ ନଜର ରଖିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ମଧ୍ୟ କୁହାଯାଇଛି। ହଷ୍ଟେଲ ଥିବା ସ୍ଥାନରେ ଟେଷ୍ଟ ପାଇଁ କୁହାଯାଇଛି। ନୂଆପଡା ଜିଲ୍ଲାରେ ଅଧିକ ସଂକ୍ରମଣଙ୍କୁ ନଜରରେ ରଖି ପଡୋଶୀ ରାଜ୍ୟକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି।












Click it and Unblock the Notifications