ଗିରଫ ହେଲେ ନୂଆପଡା MVI ବିଜୟ କୁମାର ବେହୁରିଆ

ବନ୍ଧା ହେଲେ ଭିଜିଲାନ୍ସ ଜାଲରେ ପଡ଼ିଥିବା ନୂଆପଡ଼ା MVI ବିଜୟ କୁମାର ବେହୁରିଆ । ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ତାଙ୍କୁ ବାନ୍ଧିଥିବା ଜଣାଯାଇଛି ।

Vigilance

ବିଜୟ ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ସାଙ୍ଗରେ ମୋଟା ଅଙ୍କର ଟଙ୍କା ଆଣୁଥିବା ଭିଜିଲାନ୍ସ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପୂର୍ବ ଯୋଜନା ମୁତାବକ ଅଧିକାରୀମାନେ ଖୋର୍ଦ୍ଧା ମେଡିକାଲ ଛକରେ ଜଗି ରହିଥିଲେ ।

ବିଜୟ ଏକ ଭଡ଼ା ଗାଡ଼ିରେ ଆସୁଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମେଡିକାଲ ଛକରେ ଅଟକା ଯାଇଥିଲା। ଏହାପରେ ଗାଡ଼ିକୁ ତନ ତନ କରି ଯାଞ୍ଚ କରିବାରୁ ସେଥିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ସେ ଏହି ଟଙ୍କା କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଉଛନ୍ତି ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିବାରୁ ବିଜୟ କୁମାର ବେହୁରିଆ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ପରେ ସମସ୍ତ ଟଙ୍କା ଜବତ କରି ଭିଜିଲାନ୍ସ ତାଙ୍କୁ ଗତକାଲି ଅଟକ ରଖି ପଚରାଉଚରା କରୁଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+