କରୋନା ରୋଗୀଙ୍କ ସେବାଠୁ ଶବ ସତ୍କାର କରି ଚର୍ଚ୍ଚାରେ ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ
ଜିଲ୍ଲାରେ ଏବେ ଚର୍ଚ୍ଚା ସାଉଣ୍ଟୁଛନ୍ତି ଖଡିଆଳର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ । କରୋନା କାଳରେ ରୋଗୀ ସେବା ହେଉ କି କୋଭିଡ ସଚେତନତା ଅଥବା କୋଭିଡ୍ ମୃତକଙ୍କ ଶବକୁ ସତ୍କାର, ଏ ସବୁ କାମ କରି ସେ ମାନବିକତାର ପରିଚୟ ଦେଇଛନ୍ତି। ଏଯାଏଁ ସେ ଖଡିଆଳ ଅଞ୍ଚଳରେ ୧୪
ନୂଆପଡ଼ା: ଜିଲ୍ଲାରେ ଏବେ ଚର୍ଚ୍ଚା ସାଉଣ୍ଟୁଛନ୍ତି ଖଡିଆଳର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ । କରୋନା କାଳରେ ରୋଗୀ ସେବା ହେଉ କି କୋଭିଡ ସଚେତନତା ଅଥବା କୋଭିଡ୍ ମୃତକଙ୍କ ଶବକୁ ସତ୍କାର, ଏ ସବୁ କାମ କରି ସେ ମାନବିକତାର ପରିଚୟ ଦେଇଛନ୍ତି। ଏଯାଏଁ ସେ ଖଡିଆଳ ଅଞ୍ଚଳରେ ୧୪ ଜଣଙ୍କ ଶବ ସତ୍କାର କଲେଣି ।

ତେବେ କେବଳ ସେ ନୁହେଁ ବରଂ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସରକାରୀ ଆୟୁଷ ଡାକ୍ତର। ରାତି ପାହିଲେ ଦୁଇ ଜଣ ଲାଗି ପଡନ୍ତି ଲୋକଙ୍କ ସେବାରେ। କେବେ ମେଡିକାଲରେ କରୋନା ରୋଗୀ ସେବାରେ ଦିନ କଟେ ତ କେବେ ଗାଁ ଗାଁ ଯାଇ ଲୋକଙ୍କୁ କରୋନା ସଚେତନତା କରନ୍ତି ଅନ୍ନାଦା ଶଙ୍କର।
ଯେତେବେଳେ ଜଣେ କରୋନା ରୋଗୀ ପ୍ରାଣ ହରାଉଛନ୍ତି, ସେ ସମୟରେ ବନ୍ଧୁବନ୍ଧବ ଶବକୁ ଛୁଅନ୍ତି ନାହିଁ, ଆଉ ସେତେ ବେଳେ ନିଜ ଟିମର ୪ ଜଣଙ୍କୁ ଧରି ପହଞ୍ଚିଯାନ୍ତି ଡାକ୍ତର ଅନ୍ନଦା ଶଙ୍କର। ପିପିଇ କିଟ୍ ପିନ୍ଧି ଶବକୁ ଘରୁ ଆଣି ବା ମେଡିକାଲରୁ ଶ୍ମଶାନକୁ ନେଇ ଜାତି ଧର୍ମ ଅନୁସାରେ ଶବ ସତ୍କାର କରନ୍ତି। ଅନେକ ସମୟରେ ନିଜେ ଶବକୁ ନିଜ କାନ୍ଧରେ ବୋହି ଶ୍ମଶାନକୁ ନେଇଛନ୍ତି।












Click it and Unblock the Notifications