Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଏହି ସବୁ ଅଞ୍ଚଳ ଘୋଷଣା ହେଲା ସଟଡାଉନ

ନୂଆପଡ଼ା ଜିଲ୍ଲାର ଖଡିଆଳ ରୋଡ୍ ଏନଏସି ଓ ଖଡ଼ିଆଳ ଏନଏସିକୁ ସଟଡାଉନ୍ କରିଛି ଜିଲ୍ଲା ପ୍ରଶାସନ । ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ପଦକ୍ଷପ ଗ୍ରହଣ କରିଛି ।

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଖଡିଆଳ ରୋଡ୍ ଏନଏସି ଓ ଖଡ଼ିଆଳ ଏନଏସିକୁ ସଟଡାଉନ୍ କରିଛି ଜିଲ୍ଲା ପ୍ରଶାସନ । ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ପଦକ୍ଷପ ଗ୍ରହଣ କରିଛି ।

Shutdown

ଛତିଶଗଡ଼ ସୀମାନ୍ତରେ ଥିବା ଖରିଆର୍ ରୋଡ୍ ଏନଏସିକୁ ଆଜିଠାରୁ ୨୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ୍ କରାଯାଇଛି। ସଟଡାଉନ୍ ବେଳେ ସମସ୍ତ ଦୋକାନ, ରେଷ୍ଟୁରାଣ୍ଟ, ହୋଟେଲ୍, ଢାବା, ବ୍ୟାଙ୍କ, ଅଫିସ୍, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ୍ ଷ୍ଟୋର୍, ଏଲପିଜି ଗ୍ୟାସ, ପେଟ୍ରୋଲ୍ ପମ୍ପ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ।

ସେହିପରି ଶଟଡାଉନ୍ ସମୟରେ ଆମ୍ବୁଲାନ୍ସ, ମେଡିକାଲ୍ ଗାଡ଼ି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିର ଚଳାଚଳ ଜାରିବ। ତେବେ ସାଧାରଣ ଲୋକଙ୍କ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିବ। ବିବାହ ଓ ଶୁଦ୍ଧି କାର୍ଯ୍ୟ ପାଇଁ ସ୍ୱତନ୍ତ ରିଲିଫ୍ କମିଶନଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ।

ସେହିପରି ଆସନ୍ତାକାଲି ସକାଳ ୬ଟା ଠାରୁ ତାରିଖଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଖଡିଆଳ ଏନଏସିକୁ ଶଟଡାଉନ୍ କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଯାନ ବାହାନ ଚଳାଚଳ ବନ୍ଦ ରହିବା ସହ ଲୋକଙ୍କ ଚଳ ପ୍ରଚଳ ମଧ୍ୟ ବନ୍ଦ ରହିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+