Nuapada Byelection result: କାଲି ସକାଳ ୮ରୁ ଭୋଟ ଗଣତି, ୧୪ଟି ଟେବୁଲରେ ୨୬ ରାଉଣ୍ଡ

ଆସନ୍ତାକାଲି ନୂଆପଡ଼ା ଭୋଟ୍‌ ଗଣତି ସହ ଆସିବ ଜନାଦେଶ । ନୂଆପଡା ପାଇବ ନୂଆ ବିଧାୟକ । ଜୋୟ ଢଲକିଆ, ସ୍ନେହାଙ୍ଗିନୀ ଛୁରିଆ ନା ଘାସିରାମ ମାଝୀ କିମ୍ବା ଅନ୍ୟ କିଏ । ଆସନ୍ତାକାଲି ତାହା ସ୍ପଷ୍ଟ ହୋଇଯିବ । ଚାଲିବ ଭୋଟ ଗଣତି ଆଉ ଆସିବ ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ଭୋଟ ଗଣତି । ସକାଳ ୮ଟାରେ ବାଲାଟ ପେପର, ପରେ EVM ଗଣତି ଆରମ୍ଭ ହେବ । ମୋଟ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ । ପୋଷ୍ଟାଲ ବାଲାଟ୍‌ ପାଇଁ ରହିବ ଗୋଟିଏ ଟେବୁଲ । ପ୍ରତି ଟେବୁଲ ପାଇଁ ରହିବେ ୩ ଅଧିକାରୀ ।

ଇଭିଏମରେ ସିଲ୍ ହୋଇ ରହିଛି ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ପରେ ନ୍ୟାସନାଲ କଲେଜ ସ୍ଥିତ ଷ୍ଟ୍ରଙ୍ଗ ରୁମରେ ସମସ୍ତ ୩୫୮ ଇଭିଏମକୁ ସୁରକ୍ଷିତ ରଖା ଯାଇଛି। ଷ୍ଟ୍ରଙ୍ଗ ରୁମକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିସିଟିଭି ସହ ସୁରକ୍ଷା କର୍ମୀ ୨୪ ଘଣ୍ଟିଆ ପହରା ଦେଉଛନ୍ତି । ଏହାସହ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମଧ୍ୟ ବ୍ୟବସ୍ଥାକୁ କଡାକଡି ଅନୁଧ୍ୟାନ କରୁଛନ୍ତି। କେନ୍ଦ୍ରୀୟ ପୋଲିସ ବଳ, ରାଜ୍ୟ ପୋଲିସ ଫୋର୍ସ ସହ ଲୋକାଲ ପୋଲିସ ଏହି ତ୍ରିସ୍ତରୀୟ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

Nuapada Byelection result

ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ଐତିହାସିକ ୮୩.୪୫% ମତଦାନ ହୋଇଛି । ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ । ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନୂଆପଡ଼ାର ମତଦାତାଙ୍କୁ ଐତିହାସିକ ଅଂଶଗ୍ରହଣ ଦ୍ଵାରା ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ।

ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ୮୩.୪୫% ମତଦାନ ହୋଇଛି । ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ ରହିଛି । ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ନୂଆପଡାରେ ମୋଟ ୨,୫୪,୪୯୭ ଜଣ ଭୋଟର । ସେଥିରେ ୧,୨୪,୫୪୪ ଜଣ ପୁରୁଷ ଓ ୧,୨୯,୯୩୨ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨,୧୨,୩୮୫ ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧,୦୩,୮୧୭ ଜଣ ପୁରୁଷ ଓ ୧,୦୮,୫୬୩ ଜଣ ମହିଳା ଭୋଟ ଦେଇଛନ୍ତି । ଯାହା ଏକ ସୁସ୍ଥ ସମାଜ ଏବଂଉତ୍ତମ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ।

ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ରେଜଲ୍ଟ । ତା ପୂର୍ବରୁ 'ଧନ୍ୟବାଦ ନୂଆପଡ଼ା'କୁ ନେଇ ଚର୍ଚ୍ଚା । ପ୍ରଥମେ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଲେ 'ଧନ୍ୟବାଦ ନୂଆପଡ଼ା' । ତାପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସୋସିଆଲ ମିଡିଆ ପୋଷ୍ଟ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି। ଜୟ ନିଜ ସୋସିଆଲ ମିଡିଆ ସାଇଡରେ 'ଧନ୍ୟବାଦ ନୂଆପଡ଼ା' କହିଛନ୍ତି । ବିଜେପି ନେତା ଜଦୁ ପାଣିଗ୍ରାହୀ ମଧ୍ୟ ଏଭଳି ନିଜ ସୋସିଆଲ ମିଡିଆ ସାଇଡ଼ରେ "ଧନ୍ୟବାଦ ନୂଆପଡ଼ା ।

ଭୋଟ ସରୁ ସରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ ହସି ହସି "ଧନ୍ୟବାଦ ନୂଆପଡ଼ା" କହିବା । ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ରାଜନୈତିକ ସମୀକ୍ଷକ ଏହାକୁ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛନ୍ତି। ଜୟ 'ଧନ୍ୟବାଦ ନୂଆପଡ଼ା' ପୋଷ୍ଟ କ'ଣ ଇଶାରା କରୁଛି। ସେପଟେ ସାଧାରଣରେ ମଧ୍ୟ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଲୋକେ ଏହାକୁ ନେଇ ଆଲୋଚନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+