ନୂଆପଡା ଉପନିର୍ବାଚନ: ରାଜେନ୍ଦ୍ର ଢୋଲକିଆ କାହାର ? ବିଜେଡିର ନା ବିଜେପିର ?

ରାଜେନ୍ଦ୍ର ଢୋଲକିଆ କାହାର ? ବିଜେଡିର ନା ବିଜେପିର : ଯେତିକି ପାଖେଇ ଆସୁଛି ଉପନିର୍ବାଚନକୁ ନେଇ ସେତିକି ନୂଆ ନୂଆ ରୋଚକ ମୋଡ୍ ଦେଖିବାକୁ ମିଳୁଛି। ଏବେ ନୂଆପଡା ତଥା ସାରା ରାଜ୍ୟରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି, ରାଜୁ ଭାଇ ବା ରାଜେନ୍ଦ୍ର ଢୋଲକିଆ କାହାର ? ବିଜେଡିର ନା ବିଜେପିର। ଏବେ ସାରା ନୂଆପଡ଼ାବାସୀ ଏହି ପ୍ରଶ୍ନ କରୁଛନ୍ତି ।

ବର୍ତ୍ତମାନ ଉଭୟ ବିଜେଡି ଓ ବିଜେପି ରାଜୁ ଢୋଲକିଆଙ୍କ ନାମରେ ଭୋଟ ମାଗୁଛନ୍ତି। ରାଜୁ ଭାଇଙ୍କ ଆବର୍ତ୍ତମାନରେ ଏହି ଉପନିର୍ବାଚନ ହେଉଛି। ଉପନିର୍ବାଚନରେ ରାଜୁ ଭାଇଙ୍କ ପୁଅ ଜୟ ଢୋଲକିଆ ନିଜ ବାପାଙ୍କ ମୂଳ ଦଳ ବିଜେଡି ଛାଡ଼ି ପଦ୍ମ ପୋଖରିରେ ସାମିଲ ହୋଇଛନ୍ତି । ତେଣୁ ଗତ କାଲି ଜୟ ନିଜ ନାମାଙ୍କନ ଦାଖଲ ସମୟରେ ଯେଉଁ ଗାଡ଼ିରେ ଆସିଥିଲେ ସେହି ଗାଡିର ଆଗରେ, ନିଜ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ଲଗାଇ ଶୋଭାଯାତ୍ରା କରିଥିଲେ। ଠିକ ସେହିପରି ବିଜୁ ଜନତା ଦଳର ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡାରେ ନିଜର ଯେଉଁ ପୋଷ୍ଟର ଲଗାଇଥିଲେ। ସେଥିରେ ରାଜୁ ଭାଇଙ୍କ ଫଟୋ ଲଗାଇଛନ୍ତି। ସେହିପରି ଉଭୟ ଦଳ ନିଜ ନିଜ ପ୍ରଚାରରେ ରାଜୁ ଭାଇ ଅମର ରହେ କହୁଥିଲାବେଳେ ରାଜୁ ଭାଇଙ୍କ ଅଧୁରା ସ୍ଵପ୍ନ ପୂରଣ କରିବେ ବୋଲି କହୁଛନ୍ତି। ଏଣୁ ସ୍ଵତଃ ପ୍ରଶ୍ନଉଠେ ରାଜୁ ଭାଇ ଜାହାର ?

Nuapada by-election

ନାମାଙ୍କନ ଦାଖଲ କରିବାର ଆଜି ଶେଷ ତାରିଖ । ଏହାପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍‍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ । ୧୬ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନୂଆପଡାରେ ୩୫୮ଟି ମତଦାନ କେନ୍ଦ୍ର ରହିଛି । ସବୁ ମତଦାନ କେନ୍ଦ୍ରରେ ୱେବ୍‍ କାଷ୍ଟିଂ ବ୍ୟବସ୍ଥା କରାଯିବ । ବୁଥ୍‍ ଭିତରକୁ ମତଦାତାମାନେ ନିଜର ମୋବାଇଲ୍‍ ଫୋନ୍‍ ନେଇପାରିବେ ନାହିଁ ।

ନଭେମ୍ବର ୧୧ (ମଙ୍ଗଳବାର) ତାରିଖ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ । ଅନ୍ୟପକ୍ଷରେ ବାମପନ୍ଥୀ ଉଗ୍ରବାଦୀ ପ୍ରବଣ ଅଞ୍ଚଳର ୪୭ଟି ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ନଭେମ୍ବର ୧୬ ( ରବିବାର) ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।

ପ୍ରକାଶଥାଉକି, ନୂଆପଡ଼ା ଉପ-ନିର୍ବାଚନରେ ୧,୨୪,୧୦୮ ପୁରୁଷ, ୧,୨୯,୪୯୫ ମହିଳା, ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟରଙ୍କୁ ମିଶାଇ ମୋଟ ୨,୫୩,୬୨୪ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଗତ ୯ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚିଠା ଭୋଟର ତାଲିକା ଅନୁସାରେ, ଏହି ନିର୍ବାଚନ ମଣ୍ଡଳୀରେ ଯୁବ ଭୋଟରଙ୍କ ଅନୁପାତ ୨.୪୨% ଥିବାବେଳେ ଚୂଡାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୩.୭୨%ରେ ପହଞ୍ଚିଛି। ଚଳିତ ଉପ-ନିର୍ବାଚନରେ ଯୁବ ଭୋଟର ଏକ ପ୍ରକାର ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+