ନୂଆପଡ଼ା ଉପନିର୍ବାଚନ: ସୁରୁଖୁରୁରେ ଚାଲିଛି ଭୋଟିଂ, ସକାଳ ୯ଟା ସୁଦ୍ଧା ୧୪.୯୯% ଭୋଟିଂ

ନୂଆପଡ଼ା ଉପ-ନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ସୁରୁଖୁରୁରେ ଭୋଟିଂ ଚାଲିଥିବାବେଳେ ସକାଳ ୯ଟା ସୁଦ୍ଧା ନୂଆପଡାରେ ୧୪.୯୯ ପ୍ରତିଶତ ମତଦାନ ହୋଇଛି। ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ପ୍ରଶାସନ ଓ ପୁଲିସ ତତ୍ପର । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ, ରାଜ୍ୟ ସଶସ୍ତ୍ର ବାହିନୀ ଓ ପୁଲିସ ଅଧିକାରୀଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି। ଆସନ୍ତା ୧୪ରେ ଭୋଟ୍‌ ଗଣତି ଥିବାରୁ ଅଧିକ ପୁଲିସ ଓ ସୁରକ୍ଷାବାହିନୀ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ(୭୧)ର ଉପ-ନିର୍ବାଚନ ପାଇଁ ୩୫୮ ବୁଥ ରହିଛି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟରେ ୨ଟି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋଟିଏ, ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସରକାରୀ ଉଚ୍ଚ ବିଦ୍ୟାଳୟ ଖରିଆର ରୋଡରେ ୩ଟି ଏପରି ମୋଟ ୬ଟି ପିଙ୍କ ବୁଥ୍‌ କରାଯାଇଛି ।

Nuapada by-election
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+