ନୂଆପଡ଼ା ଉପ-ନିର୍ବାଚନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆପଡ଼ା ଭୋଟ ପାଇଁ ନକ୍ସଲ ଚ୍ୟାଲେଞ୍ଜ । ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ସହିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ CRPF ର ୧୪ କମ୍ପାନୀ ନିୟୋଜିତ ହୋଇଛନ୍ତି ।

Nuapada by-election Security tightened

ଅତିରିକ୍ତ ଡିଜି ଆଇନ ଓ ଶୃଙ୍ଖଳା ସଞ୍ଜୟ କୁମାର କହିଛନ୍ତି ବୁଥ୍ ବ୍ୟବସ୍ଥାଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି । ନିର୍ବାଚନ ଅଧିକାରୀ ଓ ପୋଲିସ ମିଳିତ ସମୀକ୍ଷା କରି ଏପରି ବ୍ୟବସ୍ଥା କରାଯାଇଛି l ନୂଆପଡ଼ାରେ ମୋଟ ୩୫୮ଟି ବୁଥ୍ ରହିଛି । ସେଥିମଧ୍ୟରୁ ପ୍ରାୟ ୪୭ ଟି ବୁଥ୍ ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳ । ନୂଆପଡ଼ା ଉପ-ନିର୍ବାଚନ ନଭେମ୍ବର ୧୧ ରେ ହେବ ଓ ନିର୍ବାଚନ ଫଳାଫଳ ୧୪ ତାରିଖରେ ପ୍ରକାଶ ପାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+