ନୂଆପଡ଼ା ଉପନିର୍ବାଚନ: '୪୮ ଘଣ୍ଟା ମଧ୍ୟରେ ପ୍ରକାଶ କରନ୍ତୁ ଆପରାଧିକ ତଥ୍ୟ'

ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର (EC) ପ୍ରାର୍ଥୀଙ୍କୁ ଶୁକ୍ରବାର ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀଚୟନର ୪୮ ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ସ୍ୱକୀୟ ଅଫିସିଆଲ ସୋସିଆଲ ମିଡ଼ିଆ ଓ ୱେବସାଇଟ ମାଧ୍ୟମରେ ଫର୍ମ-ସି ୭ (Form C-7)ର ସୁସ୍ପଷ୍ଟ ପରିପ୍ରକାଶ କରିବେ। ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ-୮ ସି (Form 8 C) (ଫର୍ମ-ସି ୭ (Form C7)ର ନକଲ ସଂଲଗ୍ନ କରି) ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପ୍ରେରଣ କରିବେ।

ନାମାଙ୍କନର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୫ (ସୋମବାର) ସୁଦ୍ଧା ଫର୍ମାଟ-ସିଏ (Format CA)କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ।

eci
ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଫର୍ମ ୭ ଏ(Form 7 - A)କୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ଉପରୋକ୍ତ ସମସ୍ତ ଦସ୍ତାବିଜ୍‌ [email protected] ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+