ନୂଆପଡ଼ା ଉପନିର୍ବାଚନ: ପ୍ରଥମ ପରୀକ୍ଷାରେ ମୋହନ ଟପ୍ପର
ପ୍ରଥମ ପରୀକ୍ଷାରେ ମୋହନ ଟପ୍ପର । ସରକାର ଆସିବା ପରେ ପ୍ରଥମ ଉପନିର୍ବାଚନରେ ବଡ ବିଜୟ ହାସଲ କରିଛି ବିଜେପି । ସବୁଆଡେ ଖୁସିର ମାହୋଲ । ନବୀନଙ୍କ କ୍ରେଜ ବି ମୋହନଙ୍କ ଆଗରେ ଫେଲ ମାରିଲା।
ମୋହନ ମାଝୀ ନିଜେ ଯାଇ ନୂଆପଡ଼ା ନିର୍ବାଚନର ଦାୟିତ୍ୱ ତୁଲାଇଥିଲେ । ସେହିପରି ମନମୋହନ ସାମଲ ଓ ଅନ୍ୟ ବେଜିପି ନେତା ମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା। ପଶ୍ଚିମ ଓଡ଼ିଶା ନେତା ମୁକେଶ ମହାଲିଙ୍ଗ, ଜୟ ନାରାୟଣ ମିଶ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଚର୍ଚ୍ଚା ହେଉଛି ।
ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ପ୍ରଚାର କରିବା ସହିତ ଦଳ ଏହାର ଅନେକ ବଡ଼ ଛାମୁଆ ନେତାଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ବିଜେଡି ନୈରାଶ୍ୟଜନକ ପ୍ରଦର୍ଶନ କରିଛି।ବିଧାନସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ପୁଣି ଥରେ ଉପନିର୍ବାଚନରେ ଦଳର ଏହି ଅଗ୍ରଣୀ ଓଡ଼ିଶା ରାଜନୀତିରେ ଦଳର କ୍ରମବର୍ଦ୍ଧିଷ୍ଣୁ ଶକ୍ତିକୁ ଦର୍ଶାଉଛି।

ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ (ଜୟ ଢ଼ୋଲକିଆଙ୍କ ବାପା)ଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା। ନଭେମ୍ବର ୧୧ରେ ହୋଇଥିବା ଏହି ଉପନିର୍ବାଚନରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଏହି ଉପନିର୍ବାଚନରେ ରେକର୍ଡ ୮୩.୪୫% ମତଦାନ ହୋଇଥିଲା।
ବଡ଼ ବିଜୟ ସହିତ ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା ହୋଇଛନ୍ତି। ଜୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି।
-ନୂଆପଡ଼ା ରେକର୍ଡ଼ ବିଜୟ ରାଜ୍ୟରେ ଦେଢ଼ ବର୍ଷର ବିଜେପି ସରକାରର ସ୍ଥିତିକୁ ବେଶ ମଜଭୁତ କରିବ। ଏହା ସହ ମୋହନ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାରର ତୃଣମୂଳ ସ୍ତରରେ ସଫଳତା ପହଁଚିବାର ବାର୍ତ୍ତା ସାରା ରାଜ୍ୟକୁ ଯିବ।
- Advertisement -
-ଏହି ନିର୍ବାଚନରେ ସବୁଠାରୁ ବଡ଼ ସମ୍ମାନ ଓ ସ୍ୱୀକୃତି ମୋହନ ମାଝୀଙ୍କ ପାଖକୁ ଯିବ।
- ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉପନିର୍ବାଚନରେ ମୁଁହାମୁଁହି ଲଢେଇରେ ବାହାରିଥିଲେ। ତାଙ୍କ ଜନସଭା ଓ ରୋଡ୍ ଶୋ'ରେ ଅଦ୍ଭୂତପୂର୍ବ ଜନ ସମାଗମ ଦେଖିବାକୁ ମିଳିଥିଲା।
- ମୋହନ ସିଧାସିଧା ବିଜେଡ଼ି ଓ କଂଗ୍ରେସକୁ ରାଜନୈତିକ ଟାର୍ଗେଟ କରି ନିଜେ ନିଜ ଉପରେ ରିସ୍କ ନେବା ଭଳି ପରିସ୍ଥିତିକୁ ଆସିଥିଲେ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋହନଙ୍କ ପ୍ରତି ଥିବା ସମର୍ଥନ ଓ ତାଙ୍କୁ ହାତରେ ବାଛି ମୁଖ୍ୟମନ୍ତ୍ରୀ କରିବା କେତେ ଠିକ ଭୁଲର ପ୍ରଶ୍ନ ଉଠାଇଥିବା ନେତୃତ୍ୱ ଓ ବିଶେଷଜ୍ଞଙ୍କୁ ନୂଆପଡ଼ା ନିର୍ବାଚନ ଫଳାଫଳ ଚୁପ କରିବା ପାଇଁ ଯଥେଷ୍ଟ।
-ଗତ ଦେଢ଼ ବର୍ଷର ମୋହନଙ୍କ ସରକାରର ସମାଲୋଚକଙ୍କୁ ସିଧା ସିଧା ପ୍ରତ୍ୟୁତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ଆରମ୍ଭରୁ ନୂଆପଡ଼ା ବିଜୟର ଗୋଟିଚାଳନା କରି ତାଙ୍କ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଇଛନ୍ତି।












Click it and Unblock the Notifications