Nuapada By-Election: ନୂଆପଡ଼ାରେ କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ୍‌ ମିଳିଲା ?

ନେତା ବାଛିଲା ନୂଆପଡ଼ା । ନୂଆପଡ଼ାର ନୂଆ ବିଧାୟକ ହେଲେ ଜୟ ଢୋଲକିଆ । ବାଇ-ଇଲେକ୍ସନରେ ବାଜିମାତ କଲା ବିଜେପି । ବିଜେଡି, କଂଗ୍ରେସକୁ ପଛରେ ପକାଇ ବିଜେପିର ବଡ଼ ବିଜୟ । ସବୁ ରାଉଣ୍ଡରେ ଆଗରେ ରହି ବିଜୟୀ ହେଲେ ଜୟ ଢୋଲକିଆ । ବିଜେଡି ହାତରୁ ଖସିଲା ନୂଆପଡ଼ା । ଜୟ ଢୋଲକିଆଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ।

ବଳ ହରେଇଲା ବିଜେଡି
ଜୟ ଢୋଲକିଆ ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଉପ ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି ।

Nuapada By-Election

୧୧ ବର୍ଷ ପରେ ଫୁଲ ଫୁଟିଲା
ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିଲା । ବିଜେଡି ବି ଏହି ଆସନରୁ ୨ଥର ବିଜୟୀ ହୋଇଛି ।

ନୂଆପଡ଼ାରେ କାହାକୁ କେତେ ଭୋଟ୍‌ ମିଳିଲା
-ଜୟ ଢୋଲକିଆ (ବିଜେପି): ୧,୨୩,୮୬୯
-ଘାସିରାମ ମାଝୀ (କଂଗ୍ରେସ): ୪୦,୧୨୧
-ସ୍ନେହାଙ୍ଗିନୀ ଛୁରିଆ (ବ‌ିଜେଡି): ୩୮,୪୦୮
-ଲୋଚନ ସିଂହ ମାଝୀ (ସ୍ବାଧୀନ): ୨,୧୩୭
-ଲକ୍ଷ୍ମୀକାନ୍ତ ତାଣ୍ଡି (ସ୍ବାଧୀନ): ୧,୩୨୨
-କିଶୋର କୁମାର ବାଗ (ସ୍ବାଧୀନ): ୭୪୩
-ଭୁବନଲାଲ ସାହୁ (ସ୍ବାଧୀନ): ୭୨୧
-ହେମନ୍ତ ତାଣ୍ଡି (ସ୍ବାଧୀନ): ୬୬୨
-ଚକ୍ରାନ୍ତ ଜେନା (ସ୍ବାଧୀନ): ୫୨୯
-ଭକ୍ତବନ୍ଧୁ ଧରୁଆ (ସ୍ବାଧୀନ): ୫୧୧
-ରମାକାନ୍ତ ହାତୀ (ସମାଜବାଦୀ ପାର୍ଟି): ୪୮୯
-ନୀତା ବାଗ (ସ୍ବାଧୀନ): ୫୨୯
-ଆଶ୍ରୟ ମହାନନ୍ଦ (ସ୍ବାଧୀନ): ୧୯୧
-ସୁକଧର ଦଣ୍ଡସେନା (ଓଡ଼ିଶା ଜନତା ପାର୍ଟି): ୧୬୭

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+