ନୂଆପଡ଼ା ଉପନିର୍ବାଚନ: ଦୁର୍ଗମ ଅଞ୍ଚଳରରୁ ଲୋକଙ୍କୁ ନେବା ଆଣିବା କରିବ ହେଲିକପ୍ଟର

ନୂଆପଡ଼ା ଉପନିର୍ବାଚନରେ ୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର। ଲୋକଙ୍କୁ ନେବା ଆଣିବା ପାଇଁ ବ୍ୟବହାର ହେବ କହିଲେ CEO। ୧୪ କମ୍ପାନୀ CAPF ମଧ୍ୟ ଉପନିର୍ବାଚନ ପାଇଁ ଆସିବେ

Nuapada by-election

ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଏଥିସହିତ ଆଜିଠୁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ତେବେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ କରିପାରିବେ । ଏହାପରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ନିର୍ବାଚନ କମିସନଙ୍କ ଘୋଷଣା ମୁତାବକ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଆଉ ୧୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ଏ ସବୁ ପ୍ରକ୍ରିୟା ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନୂଆପଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ । ଘାସିରାମ ମାଝୀ ଦଳର ପ୍ରାର୍ଥୀ ହୋଇଛନ୍ତି । ତେବେ ଏବେ ବି ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରାଯାଇଛି । ଜାଣିରଖିବା ଉଚିତ ଯେ, ଘାସିରାମ ମାଝୀଙ୍କୁ ୨୦୨୪ ନିର୍ବାଚନରେ କଂଗ୍ରେସରୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ହାରିଯାଇଥିଲେ । ସେ ୫୦ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ଏବେ କିଛି ଦିନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । ଆଉ ଏହାପରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

ବିଜେଡିରେ ବଡ଼ ଧରଣ ରାଜନୈତିକ ପଟ୍ଟ ପରିବର୍ତ୍ତନ ସହ ବିଜେଡିକୁ ବାଏ ବାଏ କହି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ଶିବିରରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ହେଲା ସେ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶନିବାର ଦିନ ସେ ବିଜେଡିକୁ ବାଏ ବାଏ କହିବା ସହିତ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଆଉ ଜୟ ଢୋଲକିଆ ବିଜେପିର ଉପ-ନିର୍ବାଚନ ପ୍ରାର୍ଥୀ ହେବା ଏକପ୍ରକାର ପକ୍କା । ତାଙ୍କୁ ଟିକେଟ୍ ଦେଇ ବିଜେପି ଏଥର ଅନୁକମ୍ପା ଭୋଟକୁ ନିଜ ସପକ୍ଷରେ ନେବାକୁ ଅଙ୍କ କଷୁଛି ।

ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ କିଏ ହେବ? ରେସରେ ଏବେ ବି ଅନେକ ନେତା ଅଛନ୍ତି, ହେଲେ ବିଜେଡି ସୁପ୍ରିମୋ କାହାକୁ ଭରସା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର । ଏହା ପୂର୍ବରୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ସେ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ଜୟଙ୍କ ପରେ ଏବେ ବିଜେଡି ସେଠାରେ କାହାକୁ ଟିକେଟ୍ ଦେଉଛି ତାହା ଉପରେ ସମସ୍ତଙ୍କର ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+