ନୂଆପଡା ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଷ୍ଣୁଦେବ ସାଏ

ନୂଆପଡା ଉପନିର୍ବାଚନ ଭୋଟରଙ୍କ ପାଖରେ ପହଁଞ୍ଚିବାକୁ ସବୁ ଦଳର ପ୍ରାର୍ଥୀ ଓ ନେତାଙ୍କ ଜୋରଦାର କସରତ । ଏହାସାଙ୍ଗକୁ ହେଭିଓେଟଙ୍କୁ ମୈଦାନକୁ ଓହ୍ଲାଇ ଭୋଟ ହାତେଇବାକୁ ବ୍ଲୁପ୍ରିଣ୍ଟ ବନାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଜେପି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିବାକୁ ଥିବା ବେଳେ ୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ପ୍ରଚାର ମୈଦାନକୁ ଓହ୍ଲାଇବେ । ଏହାପରେ ୮ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଆଉ ଏକ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

ନୂଆପଡାରେ ଧୂଆଁଧାର ପ୍ରଚାର ପାଇଁ ବ୍ଲୁପ୍ରିଣ୍ଟ । ମୈଦାନକୁ ଓହ୍ଲାଇବେ ହେଭିଓେଟ । ପ୍ରଚାରକୁ ଆଉ ୪ ଦିନ ବାକି ଥିବାବେଳେ ୩ ପ୍ରମୁଖଦଳ ଏବେ ନିଜର ଟ୍ରମ୍ପକାର୍ଡ ଖେଳିବା ଯୋଜନାରେ ଅଛନ୍ତି । ମୈଦାନରେ ଘମାଘୋଟ ଲଢ଼େଇ ପାଇଁ ପ୍ରଚାରର ମଙ୍ଗ ସମ୍ଭାଳିବେ ଦଳର ବଡ ଚେହେରା। ଆସନ୍ତାକାଲି ବିଜେପି ପ୍ରଚାରର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଶୁଦେବ ସାଏ ବି ନୂଆପଡାରେ ପ୍ରଚାର କରିବେ।

କାଲି ମୁଖ୍ୟମନ୍ତ୍ରୀ କୋମନା ବ୍ଳକରେ ପ୍ରାୟ ୩ ଘଣ୍ଟାର ରୋଡ଼ ଶୋ କରିବେ।ସେପଟେ ନୂଆପଡ଼ା ବ୍ଳକରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ନୂଆପଡ଼ା ବ୍ଳକର ଛତିଶଗଡ଼ ସୀମାନ୍ତ ଗାଁରେ ତାଙ୍କର ରହିଛି ବିରାଟ ସାଧାରଣ ସଭା। ସେପଟେ ୭ ତାରିଖରେ ଦ୍ବିତୀୟ ଥର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ଖରିଆର ରୋଡ଼ରୁ ନୂଆପଡ଼ା ଯାଏଁ ରୋଡ଼ ଶୋ କରିବା ସହ ଏକ ସାଧାରଣରେ ମଧ୍ୟ ଉଦବୋଧନ ଦେବେ। ସେହି ୭ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡିଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ କଂଗ୍ରେସ । ସେଦିନକଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି।

ପ୍ରଚାର ପାଇଁ ହାତରେ ସମୟ ନାହିଁ । ୯ତାରିଖ ଶେଷ ପ୍ରଚାର । ସେଥିପାଇଁ ୩ ଦଳର ପ୍ରାର୍ଥି ଲୋକଙ୍କ ପାଖରେ ପହଁଞ୍ଚିବାକୁ ପୁରା ଦମ୍ ଲଗାଇଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ୮ ନମ୍ବର ଜୋନର ବିଭିନ୍ନ ଗାଁ ବୁଲି ଭୋଟ ମାଗିଛନ୍ତି।ସେହିଭଳି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଖରିଆର ରୋଡ଼ ଏନଏସିର ବିଭିନ୍ନ ୱାର୍ଡ଼ ବୁଲି ନିଜ ପାଇଁ ଭୋଟ ମାଗିଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀ ମଧ୍ୟ ନୂଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଜୋରଦାର ପ୍ରଚାର କରିଛନ୍ତି।

ନୂଆପଡାରେ ବିଜେଡି ନିଜ ଗଡ଼ ବଜାୟ ରଖିବାକୁ ପ୍ରୟାସ କରୁଥିବା ବେଳେ ବିଜେପି ଏହି ଉପନିର୍ବାଚନ ଜିତି ନିଜର ସ୍ଥିତି ଜାହିର କରିବାକୁ ଲାଗିଛି । ସେପଟେ କଂଗ୍ରେସ ନୂଆପଡ଼ାରୁ କମବ୍ୟାକ କରିବାକୁ କସରତ କରୁଛି । ୭ ତାରିଖରେ ପୁଣି ନୂଆପଡା ଦଳୀୟ ସମାବେଶ ସହ ବସରେ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ନେଇ ସେ ଭିଡିଓ ବାର୍ତ୍ତା ବି ଜାରି କରିଛନ୍ତି । ନୂଆପଡା ଓ ଖରିଆର ରୋଡରେ ସମାବେଶ ସହ ବସରେ ବୁଲି ପ୍ରଚାର କରିବେ । ୩ ତାରିଖରେ ନୂଆପଡା ଯାଇ ବିଜେପିକୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ।

ମୋହନ, ନବୀନଙ୍କ ପରେ ୮ ତାରିଖରେ କଂଗ୍ରେସ ବି ଏକ ସମାବେଶ କରିବ ବୋଲି ଜଣାପଡିଛି । ଏଥିରେ ଛତିଶଗଡର କିଛି ବଡ଼ କଂଗ୍ରେସ ନେତା ସାମିଲ ହେବା ସମ୍ଭାବନା ରହିଛି । ବିଜେପି, ବିଜେଡି ଓ କଂଗ୍ରେସର ନୂଆପଡାରେ କିଛି ପକେଟ ଭୋଟ ଥିବାରୁ ଅନ୍ୟ ଭୋଟ ହାତେଇବା ପାଇଁ ୩ ଦଳ ପ୍ରାଣ ମୂର୍ଚ୍ଚା ଉଦ୍ୟମ ଚଳାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+