ନୂଆପଡ଼ା ଉପ ନିର୍ବାଚନ: ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ୍ ମାଗିଲେ। ବିଜେଡି ଓ କଂଗ୍ରେସକୁ କଡ଼ା ସମାଲୋଚନା କଲେ ବିଷ୍ଣୁଦେବ ସାଏ।
କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି। ଆପଣମାନେ ଉଭୟ ଦଳର ଶାସନ ବ୍ୟବସ୍ଥା ଦେଖିଲେ' । ବର୍ତ୍ତମାନର ବିଜେପି ସରକାରଙ୍କୁ ମଧ୍ୟ ଦେଖୁଛନ୍ତି । ଆମ ଦଳ ହେଉଛି ବିଶ୍ବର ସବୁଠାରୁ ବଡ଼ ରାଜନୈତିକ ଦଳ । ୨୪ ବର୍ଷ ଶାସନରେ ନବୀନ ବାବୁ ଓଡ଼ିଆ ଶିଖିପାରିଲେନି'। କଂଗ୍ରେସ ପରିବାରବାଦକୁ ଛାଡ଼ି ପାରିନି, ମାତ୍ର ବିଜେପିରେ ଏହି ପରମ୍ପରା ନାହିଁ'।

ଗୋଟିଏ ଦିନରେ ଦୁଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ନୂଆପଡ଼ା ଉପନିର୍ବାଚନ ପାଇଁ କେତେ ମହତ୍ତ୍ବପୂର୍ଣ୍ଣ ତାହା ଦର୍ଶାଉଛି । ନୂଆପଡ଼ା ବ୍ଲକରେ ବୋଇରିଭାଡି ଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରଚାର କରିଛନ୍ତି । ନୂଆପଡ଼ାର ବିକାଶ ପାଇଁ ଲୋକେ ଆର୍ଶୀବାଦ କରିବେ ବୋଲି କହିଛନ୍ତି ଜୟ ।
ପୁଣି ନବୀନ ଯିବେ ନୂଆପଡ଼ା । ନୂଆପଡ଼ା ଓ ଖରିଆର ରୋଡରେ କରିବେ ପ୍ରଚାର । ଆସନ୍ତାକାଲି ନୂଆପଡ଼ା ଯାଇ ଦୁଇଟି ଜନସଭାକୁ ସମ୍ବୋଧନ କରିବେ । ରୋଡ ସୋ କରି ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ଭିଡିଓ ବାର୍ତ୍ତାରେ ନୂଆପଡ଼ାବାସୀଙ୍କୁ ନିଜର ଗସ୍ତ ନେଇ ସୂଚନା ଦେଇଛନ୍ତି ।
ଆପଣଙ୍କ ପାଖକୁ ଆସିବି, ଦୁଇ ପଦ କଥା ହେବି । ଆଶୀର୍ବାଦ ମାଗିବି ବୋଲି କହିଛନ୍ତି ନବୀନ । କୋମନା ସଭା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ନବୀନଙ୍କ କୋମନା ନିର୍ବାଚନୀ ସଭା ପରେ ବଦଳିଛି ନୂଆପଡ଼ା ରାଜନୀତି। ବିଜେଡି ଦମଦାର କ୍ୟାମ୍ପେନ କରି ଭୋଟରଙ୍କ ନିକଟରେ ପହଞ୍ଚିଛି । ଖରିଆର ରୋଡର ବିଭିନ୍ନ ୱାର୍ଡରେ ସ୍ନେହାଙ୍ଗିନୀ ଛୁରିଆ ଜୋରଦାର ପ୍ରଚାର କରିଛନ୍ତି । ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ । ଏହା ପୂର୍ବରୁ ପ୍ରଚାର ଘମାସାନ। ତିନି ଦଳର ନେତା ଓ ପ୍ରାର୍ଥୀ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି।
ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ନୂଆପଡାର ବିକାଶ ପାଇଁ ନିର୍ବାଚନୀ କାର୍ଯ୍ୟସୂଚୀ ଜାରି କରିଥିବା ଘାସିରାମ କହିଛନ୍ତି ।
ଏଥର ଉପନିର୍ବାଚନରେ କଂଗ୍ରେସର ବିଜୟ ହେବ । କୌଣସି ଦଳର ଲୋଭନୀୟ ଉପହାର କାମ କରିବା ନାହିଁ ବୋଲି ବରିଷ୍ଠ ନେତା କହିଛନ୍ତି । ନୂଆପଡାରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କୁ ବିଜୟ କରିବା ଦଳର ତୁଙ୍ଗ ନେତାମାନେ ନୂଆପଡାରେ ଡେରା ପକାଇବା ସହ ଘର ଘର ବୁଲି ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହି ଅଞ୍ଚଳ ପାଇଁ ଲଢୁଥିବା ଘାସିରାମଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି କଂଗ୍ରେସ ନେତା । ଭକ୍ତ ଦାସଙ୍କ ନେତୃତ୍ୱରେ ଦଳ ପ୍ରଥମ ଥର ଉପନିର୍ବାଚନ ଲଢୁଥିବାରୁ ଏହା ଦଳ ପାଇଁ ଓ ଭକ୍ତଙ୍କ ପାଇଁ ସମ୍ମାନର ବିଷୟ ହୋଇଛି ।












Click it and Unblock the Notifications