ନୂଆପଡ଼ା ଉପନିର୍ବାଚନ: ସରିଲା ପ୍ରଚାର, ଲାଗିଲା ନିରବ ଅବଧି କଟକଣା

ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ କମ୍ପୁଥିବା ନୂଆପଡ଼ା ଏବେ ନିରବ ହୋଇଯାଇଛି। ଦିନକ ପରେ ମତଦାନ ହେବାକୁ ଯାଉଥିବାରୁ ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ରବିବାର ସନ୍ଧ୍ୟାରୁ ପ୍ରଚାର ବନ୍ଦ ହୋଇଯାଇଛି । ଡେରା ପକାଇଥିବା ବାହାର ନେତା ଓ କର୍ମୀମାନେ ବି ନୂଆପଡ଼ା ଛାଡ଼ିଛନ୍ତି।

ପ୍ରଶାସନ ପକ୍ଷରୁ ନିରବ ଅବଧି କଟକଣା ଲାଗୁ ହୋଇଛି । ଏହି ସମୟରେ ସମସ୍ତ ପ୍ରକାର ପ୍ରଚାର ପ୍ରସାର ଉପରେ କଟକଣା ଲଗାଯାଇଛି। ଯିଏ ନିୟମ ଭଙ୍ଗ କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏହି ନିରବ ଅବଧି ସବୁ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ବାହାରୁ ଯାଇଥିବା ନେତା ନିର୍ବାଚନମଣ୍ଡଳୀ ଛାଡୁଥିବାରୁ ସ୍ଥାନୀୟ ନେତାଙ୍କ ଉପରେ ନିର୍ଭର କରୁଛି ପ୍ରାର୍ଥୀଙ୍କ ବିଜୟ। ସ୍ଥାନୀୟ ନେତା କିଛି ଗଡ଼ବଡ଼ କଲେ ପୂରା ଗଣିତ ବଦଳିଯିବା ଆଶଙ୍କା ରହିଛି ।

ନୂଆପଡ଼ା ଛାଡ଼ିଲେ ବାହାର ଜିଲ୍ଲାର ନେତା, ଏବେ ଅନ୍ଧାରିବିଜେ

ମତଦାନକୁ ସୁରୁଖୁରରେ ସାରିବା ପାଇଁ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଛି । ଇଭିଏମ୍‌ଗୁଡ଼ିକର ଯାଞ୍ଚ କରାଯାଉଛି । ଇଭିଏମ୍‌ରେ କେମିତି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ସୋମବାର ବୁଥ୍‌ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି। ସମ୍ବେଦନଶୀଳ ୮ଟି ବୁଥ୍‌କୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଯିବେ ପୋଲିଂ ଅଧିକାରୀ ଓ କର୍ମଚାରୀ । ମତଦାନ ଦିନ ଅପରାହ୍ଣ ୫ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ। ସମ୍ବେଦନଶୀଳ ବୁଥରେ ୪ଟା ଯାଏଁ ଭୋଟଗ୍ରହଣ ହେବ। ସେଠାରେ ସଶସ୍ତ୍ର ସୁରକ୍ଷା ବାହିନୀ ଜଗିବେ । ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ କହିଛନ୍ତି। ନୂଆପଡ଼ାର ଅଢ଼େଇ ଲକ୍ଷ ଭୋଟର ନେତା ବାଛିବେ । କିନ୍ତୁ ନିର୍ବାଚନ ପ୍ରଚାରରେ ନୂଆପଡ଼ାର ବାସ୍ତବ ସମସ୍ୟାକୁ ନେଇ କମ୍ ଆଲୋଚନା ହୋଇଥିବାରୁ ଲୋକେ କାହାକୁ ଭରସା କରିବେ ତା' ଉପରେ ନଜର ରହିଛି ।

Nuapada by-election

ନୂଆପଡ଼ା ଭୋଟ୍‌ ଗ୍ରହଣକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ଭୋଟରଙ୍କ ନିରବତା ରାଜନୈତିକ ଦଳ ଓ ନେତାଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଛି। କିଏ ଏଠାରେ ବାଜିମାତ କରିବ ତାହା ଏବେ ବି ଅସ୍ପଷ୍ଟ ରହିଛି; କିନ୍ତୁ ତିନି ପ୍ରମୁଖ ଦଳ ବିଜୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଗ୍ରାମାଞ୍ଚଳରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଥିବାବେଳେ ସହରାଞ୍ଚଳରେ ସ୍ଥିତି ରୋଚକ ରହିଛି। ନୂଆପଡ଼ା, ଛତିଶଗଡ଼ ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏଠାରେ ଏକାଧିକ ଭାଷାଭାଷୀ ଲୋକ ରହୁଛନ୍ତି। ମୋଟ ୩୫୮ ବୁଥ୍‌ରୁ ପ୍ରାୟ ୧୫୦ ବୁଥ୍‌ରେ 'ଲରିଆ' ଭାଷାଭାଷୀ ଅଛନ୍ତି। ସେମାନେ ଓଡ଼ିଆ, ସମ୍ବଲପୁରୀ, ହିନ୍ଦୀ ଓ ଛତିଶଗଡ଼ି ଭାଷା ମିଶାମିଶି କରି କଥାବାର୍ତ୍ତା କରୁଛନ୍ତି। ମୁଖ୍ୟତଃ ନୂଆପଡ଼ା ବ୍ଲକରେ ଅଧିକାଂଶ ଲରିଆ ଭାଷାଭାଷୀ ବସବାସ କରୁଥିବାବେଳେ ଖରିଆର ରୋଡ୍‌ ଏନ୍‌ଏସି ଅଞ୍ଚଳରେ ଅଧିକାଂଶ ହିନ୍ଦୀ କହୁଥିବା ମତଦାତା ରହିଛନ୍ତି। ରାୟପୁର ସହ ନୂଆପଡ଼ା ଅଧିବାସୀଙ୍କ ବାଣିଜ୍ୟିକ, ପାରିବାରିକ ସମ୍ପର୍କ ରହିଛି। ସେମାନଙ୍କ ଭୋଟ୍ ହାତେଇବା ପାଇଁ ସବୁ ଦଳ ପ୍ରଚେଷ୍ଟା କରୁଛନ୍ତି। ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ଛତିଶଗଡ଼ ନେତା ଏଠାରେ ପ୍ରଚାର କରିବା ସହ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ତୁଲାଉଛନ୍ତିି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+