ଉପ ନିର୍ବାଚନରେ ଜଣେ ପ୍ରାର୍ଥୀ କରିପାରିବେ ୪୦ ଲକ୍ଷ: ଖୋଲିବେ ନୂଆ ଆକାଉଣ୍ଟ

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ନିର୍ଦ୍ଦେଶକ ଟାଉନ ପ୍ଲାନିଂ ଶତୃଘ୍ନ କର ଯୋଗଦେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଲିମ ଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ସମସ୍ତଙ୍କୁ ସ୍ବାଗତ କରିଥିଲେ।

A candidate can spend 40 lakhs in by-elections

ଅତିରିକ୍ତ ଶାସନ ସଚିବ କର ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ନିର୍ବାଚନ ପରିଚାଳନା କରିବା ପାଇଁ ଅଧିକାରୀଙ୍କୁ ସୂଚନା ପ୍ରଦାନ କରିଥିଲେ। ଏଥର ଉପ ନିର୍ବାଚନରେ ଜଣେ ପ୍ରାର୍ଥୀ ଅଧିକତମ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପ୍ରଚାର ପ୍ରସାର, ବିଜ୍ଞାପନ, ସଭା ସମିତି, କ୍ୟାମ୍ପେନ ସାମଗ୍ରୀ, ଖାଦ୍ୟପେୟ ସବୁ ଆଇନ ଅନୁମୋଦିତ ଖର୍ଚ୍ଚ ବୋଲି ଧରାଯିବ l କିନ୍ତୁ ଭୋଟ ବଦଳରେ ଟଙ୍କା, ଉପହାର, ଖାଦ୍ୟ, ମଦ, କୁକୁଡ଼ା, ଲୁଗାପଟା ବାଣ୍ଟିବା, ପେଡ ନ୍ୟୁଜ ଛାପିବା ବେଆଇନ। ଅଧିକାରୀମାନେ ପ୍ରାର୍ଥୀ ଓ ଦଳମାନଙ୍କ ବ୍ୟୟ ଉପରେ କଡା ନଜର ରଖିବେ।

ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚ ମଧ୍ୟ ଜଗିବେ। ସବୁ ପ୍ରାର୍ଥୀ ନିଜ ନାମରେ ଏକ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲି କେବଳ ସେଥିରୁ ହିଁ ଅନୁମୋଦିତ ରାଶି ଖର୍ଚ୍ଚ କରି ପାରିବେ। ଅନ୍ୟଥା ତାଙ୍କର ପ୍ରାର୍ଥତ୍ତ୍ୱ ନାକଚ ହୋଇଯିବ। ଅବକାରୀ ଅଧୀକ୍ଷକଙ୍କୁ ଜିଲାର ବେଆଇନ ମଦ ବିକ୍ରି ଉପରେ ତୀକ୍ଷ୍ମ ନଜର ରଖିବେ ବୋଲି କହିଥିଲେ। ସମସ୍ତେ ସଚେତନ ହୋଇ କାମ କଲେ ଏକ ଅବାଧ, ନିରପେକ୍ଷ ନିର୍ବାଚନ ସମ୍ଭବ ହେବ ବୋଲି କର ଆଶା ପ୍ରକାଶ କରିଥିଲେ। ଏହି ବୈଠକରେ ଏସ୍‌ପି ଅମ୍ରିତ ପାଲ ସିଂ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଏସ୍‌ପି ରଣଜିତ ନାୟକ, ଉପ ଜିଲାପାଳ ସୁର୍ମି ସୋରେନ, ସମସ୍ତ ତହସିଲଦାର, ଡେପୁଟୀ କଲେକ୍ଟର (ନିର୍ବାଚନ) ଶେଖ ନସିମ, ନିର୍ବାଚନ ଖର୍ଚ୍ଚ ସମୀକ୍ଷା ଅଧିକାରୀ ଉପସ୍ଥିତ ଥିଲେ l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+