ନୂଆପଡ଼ା ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬% ଭୋଟିଂ
ନୂଆପଡ଼ା ଉପନିର୍ବାଚନ: ସୁରୁଖୁରୁରେ ଚାଲିଛି ଭୋଟିଂ । ଦିନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬% ଭୋଟିଂ । ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛି ।
ଅପରାହ୍ନ ୩ଟା ସୁଦ୍ଧା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ୬୫.୫୬% ମତଦାନ ହୋଇଥିବା ସୂଚନା ମିଳିଛି । ସମସ୍ତ ବୁଥରେ ସୁରୁଖୁରୁରେ ମତଦାନ ଚାଲିଥିବା ଜଣାପଡ଼ିଛି ।

ଅନ୍ୟପଟେ ୪୬ ନମ୍ବର ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।
ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ । ତେବେ ଏହା ଭିତରେ ଏକ ବଡ଼ ଖବର ଆସିଛି ଯେ ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି l ନିଲମ୍ବନ କରିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୩୬ ନମ୍ବର ବୁଥରେ କାର୍ଯ୍ୟରତ ଧନଞ୍ଜୟ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି । ଭୋଟରଙ୍କୁ ସହାୟତା ନାଁରେ ନିଜେ ଭୋଟ ଦେଇଥିଲେ ପ୍ରିଜାଇଡିଂ ଅଫିସର। ସିସିଟିଭି ଫୁଟେଜ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ଆହୁରି କହିଛନ୍ତି, ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ମତଦାନ ହୋଇଛି। ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି, 'ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ।
ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି । ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି ।
ତନ୍ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତିସମ୍ବେଦନଶୀଳ ବୁଥ୍ ରୂପେ ଚିହ୍ନଟ ହୋଇଛି । ପୋଲିଂ ଦଳର ସଦସ୍ୟମାନେ ନୂଆପଡ଼ା ଗୋତମା ଏୟାର ଷ୍ଟ୍ରିପ୍ରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅତିସମ୍ବେଦନଶୀଳ ବୁଥ୍କୁ ଯାଇଛନ୍ତି । ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଏହି ୮ଟି ବୁଥ୍ ସୋସେଙ୍ଗ, ସୋସେଙ୍ଗ-୨, ଦେଓସିଲ, ସୁନାବେଡ଼ା, ସୁନାବେଡ଼ା-୧(ଏ), ଜାମଗାଁ, ଗାତିବେଡ଼ା-୧ ଓ ଗାତିବେଡ଼ା-୨ ବୁଥ୍କୁ ହେଲିକପ୍ଟରରେ ଆଜି ଦିନ ୧୨ଟାରେ ପୋଲିଂଦଳ ଯାଇଛନ୍ତି । ଇଭିଏମ୍ରେ କିପରି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ୧୧ ତାରିଖ ଅପରାହ୍ଣ ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ । ସମ୍ବେଦନଶୀଳ ବୁଥ୍ରେ ଅପରାହ୍ଣ ୪ଟା ଯାଏଁ ଭୋଟଗ୍ରହଣ ହେବ । ସମ୍ବେଦନଶୀଳ ବୁଥ୍ରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।












Click it and Unblock the Notifications