ଥମିଲା ନୂଆପଡ଼ା ପ୍ରଚାର; ଏବେ ବୁଥ ମୁହାଁ ପୋଲିଂ ପାର୍ଟି
ଥମିଲା ନୂଆପଡ଼ା ପ୍ରଚାର। ଏବେ ବୁଥ ମୁହାଁ ପୋଲିଂ ପାର୍ଟି । ସଂଧ୍ୟା ୬ଟା ସୁଦ୍ଧା ସମସ୍ତ ଅଧିକାରୀ ବୁଥରେ ପହଞ୍ଚିବେ । ମାଓ ପ୍ରବଣ ୮ଟି ସମ୍ବେଦନଶୀଳ ବୁଥକୁ ଆସନ୍ତାକାଲି ହେଲିକପଟର ଯୋଗେ ଯିବେ ପୋଲିଂ ପାର୍ଟି । ନୂଆପଡ଼ା ପ୍ରଚାର ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥ ଗୋପାଳନ । ଅପରାହଣ ୪ରୁ ସାଇଲେଣ୍ଟ ପିରିୟଡ ଆରମ୍ଭ ହୋଇଛି । ନୂଆପଡ଼ାରେ ୪୭ଟି ସେନ୍ସେଟିଭ ବୁଥ ରହିଛି ।
ଏଥିସହ ଆଇନଶୃଙ୍ଖଳା ରକ୍ଷା ପାଇଁ ନୂଆପଡ଼ାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହେବ ମତଦାନ । ତେବେ ସମ୍ବେଦନଶୀଳ ୪୭ଟି ବୁଥରେ ସକାଳ ୭ଟାରୁ ଅପରାହଣ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । ନୂଆପଡ଼ା ଉପନିର୍ବାଚନରେ ଭୋଟ ଦେବେ ୨ଲକ୍ଷ ୫୩ ହଜାର ୬୨୪ ଭୋଟର । ଏମାନଙ୍କ ମଧ୍ୟରେ ଏକଲକ୍ଷ ୨୪ହଜାର ୧୦୮ପୁରୁଷ ଓ ଏକ ଲକ୍ଷ ୨୯ ହଜାର ୪୯୫ ମହିଳା ଭୋଟର ରହିଛନ୍ତି ।













Click it and Unblock the Notifications