Get Updates
Get notified of breaking news, exclusive insights, and must-see stories!

ନୂଆପଡ଼ା ଉପନିର୍ବାଚନ: ଆଜି ମଧ୍ୟ ମାରାଥନ୍ ପ୍ରଚାର କରିବେ ନବୀନ

ଆସନ୍ତା ରବିବାର ସନ୍ଧ୍ୟାରେ ସରିବ ନୂଆପଡ଼ା ଉପନିର୍ବାଚନ ପ୍ରଚାର । ତା' ପୂର୍ବରୁ ପ୍ରଚାର ପାଇଁ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି କୌଣସି ଦଳ। ବିଜେଡି ମଧ୍ୟ ସଭାପତି ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତାକୁ ଦେଖାଇ ଭୋଟ ଟାଣିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । ତେଣୁ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ନବୀନଙ୍କର ମାରାଥନ୍‌ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ନବୀନ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ଯାଇ ନୂଆପଡ଼ାର କୋମନା ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ କହିଥିଲେ । ଆଜି ମଧ୍ୟ ନବୀନ ନୂଆପଡ଼ାରେ ମାରାଥନ୍ ପ୍ରଚାର କରିବେ।

Nuapada by-election Naveen to campaign marathon today too

ସୂଚନାନୁଯାୟୀ, ଭୁବନେଶ୍ୱରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନବୀନ ଦିନ ସାଢେ ୧୧ଟାରେ ଖରିଆରରୋଡ୍‌ ଥାନା ନିକଟରେ ଥିବା ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ରୋଡ୍‌ ସୋ'ରେ ନୂଆପଡ଼ା ପର୍ଯ୍ୟନ୍ତ ଯିବେ । ଏହି ଅବସରରେ ଖରିଆର ରୋଡ୍‌ର ଡାଗା ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମନିଆ ପେଟ୍ରୋଲ ପମ୍ପ ଛକରେ ଉପସ୍ଥିତ ଜନସାଧାରଣଙ୍କୁ ନବୀନ ଉଦ୍‌ବୋଧନ ଦେବେ । ପରେ ସେ ରୋଡ୍‌ ସୋ'ରେ ନୂଆପଡ଼ା ଏନ୍‌ଏସିରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍‌ବୋଧନ ଦେବେ । ଅପରାହ୍ନ ୩ଟାରେ ନୂଆପଡ଼ାର ପାରକୋଡ୍‌ରେ ସାଧାରଣ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ନବୀନ ବାବୁଙ୍କୁ ଦେଖିବା ପାଇଁ ଏସବୁ ସ୍ଥାନରେ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିଜେପି ସରକାରକୁ ନୂଆପଡ଼ା ଉପନିର୍ବାଚନରେ ଲୋକେ ଉଚିତ ଶିକ୍ଷା ଦେବାକୁ ମନସ୍ଥ କରି ସାରିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ କହିଛନ୍ତି ।

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗରୁ ତାଲିମ ଗ୍ରହଣ କରିପାରି ନ ଥିବା ଏବଂ ଅସୁସ୍ଥ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯାଇଛି।

ସ୍ଥାନୀୟ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି କ୍ଷମାନିଧି ଭୋଇ, ଜିଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ପ୍ରଭୁଦତ୍ତ ବାବୁ ପ୍ରମୁଖ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀମାନଙ୍କୁ ଇଭିଏମ୍‌, କଣ୍ଟ୍ରୋଲ ୟୁନିଟ ଓ ଭିଭିପିଏଟି କାର୍ଯ୍ୟକାରିତା ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ।

ଜିଲାପାଳ ମଧୁସୂଦନ ଦାଶ ତାଲିମ କେନ୍ଦ୍ରରେ ଉପସ୍ଥିତ ରହି ଅଧିକାରୀମାନଙ୍କୁ ମତଦାନ ଦିବସରେ ଆବଶ୍ୟକ ସମସ୍ତ ତଥ୍ୟ ସମ୍ବନ୍ଧରେ ବ୍ୟବହାରିକ ପ୍ରଶିକ୍ଷଣ ଦେଇଥିଲେ। ଏହାସହ ଅଧିକାରୀମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ତାଲିମ ସମୟରେ ପ୍ରିଜାଇଡିଂ ଅଫିସରମାନେ ୧୦୦ଟି ମକ୍‌ ଭୋଟ ଦେବା ସହ ଏହାକୁ ଭିଭିପିଏଟି ସ୍ଲିପ ସହିତ ମିଳାଇ ମକ୍‌ଡ୍ରିଲ କରିଥିଲେ। ସମର୍ପିତ ଭାବରେ ନିର୍ବାଚନ ଦାୟିତ୍ୱ ନିର୍ବାହ କରିବାପାଇଁ ଜିଲାପାଳ ସମସ୍ତ ଅଧିକାରୀଙ୍କୁ ଆହ୍ବାନ ଦେଇଛନ୍ତି।

ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଛି। ଇସ୍ତାହାର ଉନ୍ମୋଚନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।ଇସ୍ତାହାରରେ କୃଷି ଭିତ୍ତିକ ପ୍ରତିଷ୍ଠା, ଶୀତଳ ଭଣ୍ଡାର ନିର୍ମାଣ,ଜଙ୍ଗଲ ଜମିପଟ୍ଟା, ଭୁମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ସ୍କୁଲରେ ଶିକ୍ଷକ ଓ ମେଡିକାଲରେ ଡାକ୍ତର ପଦବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ସୂଚନାଥାଉକି, ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତ ଅଛନ୍ତି ୩ ଦଳ । ୩ ଦଳର ହେଭିୱେଟ ନେତା, କର୍ମୀ, ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+