Get Updates
Get notified of breaking news, exclusive insights, and must-see stories!

ମା' ସମଲେଶ୍ୱରୀଙ୍କ ପାଖରେ ପହଞ୍ଚିଲା ନୂଆଁଖାଇ ପାଇଁ ନୂଆ ଧାନ

Nuakhai 2022:New Crop Arrived At Samaleswari Temple For Nuakhai ମା' ସମଲେଶ୍ୱରୀଙ୍କ ପାଖରେ ପହଞ୍ଚିଲା ନୂଆଁଖାଇ ପାଇଁ ନୂଆ ଧାନ

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ଦିନ ମା' ସମଲେଶ୍ଵରୀଙ୍କ ଠାରେ ନବାନ୍ନ ଲାଗି ହେବ । ନୂଆଁଖାଇ ପାଇଁ ଆଜି ମା'ଙ୍କ ପାଖରେ ପହଞ୍ଚିଲା ନୂଆଁଖାଇ ପାଇଁ ଧାନ । ଏହି ସରିଆ ଧାନ ସମ୍ବଲପୁର ଜିଲ୍ଲା ବଲବସପୁର ଗାଁରୁ ପ୍ରତିବର୍ଷ ପରି ମା'ଙ୍କ ପାଇଁ ଆସିଥାଏ । ପରମ୍ପରା ଅନୁସାରେ ମା'ଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆ ଖାଇବେ ସମ୍ବଲପୁରବାସୀ ।

ମା ସମଲେଶ୍ବରୀ

ତେବେ ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ନିଡାମ୍ବର ଭାବେ ପାଳନ କରାଯାଉଥିଲା ନୂଆଖାଇ ପର୍ବ । ହେଲେ ଏଥର ରାଜ୍ୟର କରୋନା ସଂକ୍ରମଣ ସଂଖ୍ୟା କମ ଥିବାରୁ ବେଶ୍ ଧୁମଧାମରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ହାତରେ ଆଉ ଅଳ୍ପଦିନ ଥିବାରୁ ପ୍ରସ୍ତୁତି ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ଗାଁ ଠୁ ସହର । ଗାଁ ଓ ସହରରେ ବସିଲାଣି ନୂଆଁଖାଇ ହାଟ । ନୁଆଖାଇକୁ ପାଇଁ ବେଶ ଉତ୍ସବମୁଖର ହୋଇପଡିଛି ପଶ୍ଚିମ ଓଡ଼ିଶା ।

2
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+