Get Updates
Get notified of breaking news, exclusive insights, and must-see stories!

ମା’ ସମଲେଶ୍ୱରୀଙ୍କ ପାଖେ ଲାଗି ହେଲା ନବାନ୍ନ

ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦.୫୬ ରୁ ୧୧.୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମାଆ ସମଲେଇଙ୍କ ମନ୍ଦିର।

ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପୁର ପଲ୍ଲୀ । ଏହି ଅବସରରେ ଆଜି ଅମୃତ ବେଳାରେ ଇଷ୍ଟ ଦେବୀ ମା' ସମଲେଇଙ୍କ ଠାରେ ଲାଗି ହୋଇଛି ନବାନ୍ନ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦.୫୬ ରୁ ୧୧.୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମାଆ ସମଲେଇଙ୍କ ମନ୍ଦିର। ଏହା ପରେ ଘରେ ଘରେ ନିଜ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲାଗି କରି ନୂଆ ଖାଇଛନ୍ତି ସମସ୍ତେ। ଘରର କନିଷ୍ଠ ସଦସ୍ୟମାନେ ମୁରବୀମାନଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି ।

Nuakhai

ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ନୂଆଁଖାଇ ପର୍ବକୁ ଫିକା ପକାଇ ଦେଇଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ପର୍ବ ପାଳୁଛନ୍ତି ପଶ୍ଚିମ ଓଡିଶାବାସୀ । ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି।
ସେହିପରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲାରେ ମଧ୍ୟ ପାଳନ ହୋଇଛି ନୂଆଖାଇ ପର୍ବ । ଗାଁ ଗହଳିଠାରୁ ଆରମ୍ଭ କରି ସହରାଞ୍ଚଳରେ ନୂଆଖାଇ ପାଳନ କରାଯାଇଛି। ଆଦିବାସୀ ପରମ୍ପରା ମଧ୍ୟରେ ଗାଁରେ ଥିବା ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ କୁରେଇ ପତ୍ରରେ ନବାନ୍ନ ଭକ୍ଷଣ କରିଛନ୍ତି ଗ୍ରାମବାସୀ।

ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୁଏ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ପର୍ବ । ଏହା କେବଳ ଏକ ପାରମ୍ପରିକ ପର୍ବ ନୁହେଁ ବରଂ ଭ୍ରାତୃତ୍ବ ଓ ଏକତାର ପର୍ବ । ଯିଏ ଯେଉଁଠି ଥାଉ ନା କାହିଁକି ଆଜିର ଦିନରେ ସମସ୍ତେ ଘରକୁ ଫେରି ନୂଆଁଖାଇ ପାଳନ କରନ୍ତି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି । ତାହା ଖାଇ ସାରା ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରମାଣ ସହ ଆଶୀର୍ବାଦ ନେଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+