ନୂଆଖାଇ ପରଦିନ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ଛୁଟି
ନୂଆଖାଇ ପରଦିନ ଅର୍ଥାତ୍ ଗୁରୁବାର ଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ଛୁଟି ଘୋଷଣା ହୋଇଛି । ସମ୍ବଲପୁର, ବରଗଡ଼ ଜିଲ୍ଲାରେ ୨୧ ତାରିଖ ଛୁଟି ଘୋଷଣା ହୋଇଛି । ସେହିପରି ସୁନ୍ଦରଗଡ଼ ଉପଖଣ୍ଡରେ ମଧ୍ୟ ୨୧ ତାରିଖ ଛୁଟି ଘୋଷଣା ହୋଇଛି ।
ଉତ୍ତରାଞ୍ଚଳ RDC ଏହି ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ଝାରସୁଗୁଡ଼ା ଛୁଟି ଘୋଷଣା ହୋଇଛି ।
ସୂଚନା ଥାଉକି ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ୱର ୨୦ ତାରିଖରେ ନୂଆଖାଇ ପାଇଁ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ। ନୂଆଁଖାଇ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବା ବେଳେ ବର୍ତ୍ତମାନ ଆରଡିସିଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ପରଦିନକୁ ବି ଆରଡିସିଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଆରଡିସିଙ୍କ ପକ୍ଷରୁ ଆଞ୍ଚଳିକ ଛୁଟି ଭାବେ ୨୧ ତାରିଖକୁ ଘୋଷଣା କରାଯାଇଛି ।
ଫଳରେ ଏହି ଦୁଇ ଜିଲ୍ଲାବାସୀ ଦୁଇଦିନ ନୂଆଖାଇ ଛୁଟି ପାଇବେ। ନୂଆଁଖାଇରେ ସାମିଲ ହେବାକୁ ଆସୁଥିବା ପରିବାର ସଦସ୍ୟଙ୍କ ସୁବିଧା ହେବ । ଏହି ଘୋଷଣା ପରେ ଦୁଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଆସନ୍ତା 20 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଛା ଲଗ୍ନରେ ସକାଳ 10 ଟା 27 ଲଗ୍ନରୁ ସକାଳ 10 ଟା 42 ଟା 42 ମଧ୍ୟରେ ଶୁଭ ଲଗ୍ନ ରହିଛି । ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଏହି ସମୟରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ ।
ପ୍ରଥମେ ବିଦ୍ୱାନ, ପଣ୍ଡିତ ପହଞ୍ଚି ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ । ଏହା ପରେ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା । ପଣ୍ଡିତ ମଣ୍ଡଳୀ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଥିଲା । ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ପ୍ରଦାନ କରିବେ । ଲଗ୍ନ ଅନୁସାରେ ପ୍ରଥମେ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ












Click it and Unblock the Notifications