ପାଖେଇ ଆସୁଛି ନୂଆଖାଇ : ଆଜି ନୂଆଖାଇ ପାଇଁ ବାହାରିବ ଲଗ୍ନ ନିର୍ଘଣ୍ଟ
ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆ ଖାଇବେ ସମ୍ବଲପୁରର ଲୋକେ । ଏଥି ପାଇଁ ହେବ ଲଗ୍ନ ନିରୁପଣ । ପ୍ରତି ବର୍ଷ ନନ୍ଦ ଉତ୍ସବ ବା ଜନ୍ମାଷ୍ଟମୀ ଦିନ ମାଆ ସମଲେଶ୍ବରୀଙ୍କ ନୂଆଖାଇ ଲଗ୍ନ ନିରୁପଣ କରାଯାଇଥାଏ ।
ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ବୈଠକରେ ଏହି ଲଗ୍ନ ନିର୍ଣ୍ଣୟ ହେବ । ପ୍ରତି ବର୍ଷ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡର ଆହ୍ବାନ କ୍ରମେ ବ୍ରହ୍ମପୁରା ମନ୍ଦିର ଝାଡୁଆପଡାରେ ପଣ୍ଡିତମାନେ ବିଜ୍ଞ ବ୍ୟକ୍ତିଙ୍କ ଉପସ୍ଥିତିରେ ମାଆ ସମଲେଶ୍ବରୀଙ୍କ ନୂଆଖାଇ ଲଗ୍ନ ନିରୁପଣ ହୋଇଥାଏ ।
ଏଥିରେ ପଣ୍ଡିତ ଏବଂ ବିଦ୍ୱାନମାନେ ଯୋଗଦେଇ ଲଗ୍ନ ନିର୍ଦ୍ଧାରିତ କରିଥାନ୍ତି। ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ସମଲେଶ୍ୱରୀଙ୍କଠାରେ ଅର୍ପଣ କରିଥାନ୍ତି। ସେହି ଲଗ୍ନ ଓ ସମୟରେ ନୂଆଖାଇ ଦିନ ମା'ଙ୍କଠାରେ ଭୋଗ ଲାଗି ହୋଇଥାଏ।
ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ । ପରମ୍ପରାନୁଯାୟୀ ଜନ୍ମାଷ୍ଟମୀ ପରଦିନ ନୂଆଖାଇ ଲାଗି ଲଗ୍ନ ବାହାରିଥାଏ। ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥାଏ ।

ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ହେବ ବୈଠକ । ଯୋଗଦେଇ ଲଗ୍ନ ନିର୍ଦ୍ଧାରିତ କରିବେ ପଣ୍ଡିତ ଏବଂ ବିଦ୍ୱାନ । ଲଗ୍ନ ନିର୍ଘଣ୍ଟ ପରେ ସେହି ଦିନ ମା'ଙ୍କ ଠାରେ ଲାଗି ହେବ ଭୋଗ ।
ମାଆ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି କେଉଁ ସମୟରେ ମାଆଙ୍କ ଠାରେ ନବାର୍ଣ୍ଣ ଲାଗିହେବ ସେଥି ପାଇଁ ଲଗ୍ନ ନିରୁପଣ ହୁଏ ।
ସୂଚନା ଯୋଗ୍ୟ, ସର୍ବପୁରାତନ ବ୍ରହ୍ମପୁରା ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥାଏ । ଏଥିରେ ପଣ୍ଡିତ ଏବଂ ବିଦ୍ୱାନମାନେ ଯୋଗଦେଇ ଲଗ୍ନ ନିର୍ଦ୍ଧାରିତ କରିଥାନ୍ତି ।
ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମା ସମଲେଶ୍ୱରୀଙ୍କଠାରେ ଅର୍ପଣ କରିଥାନ୍ତି । ସେହି ଲଗ୍ନ ଓ ସମୟରେ ନୂଆଖାଇ ଦିନ ମା'ଙ୍କ ଠାରେ ଭୋଗ ଲାଗି ହୋଇଥାଏ । ଏଥର ସେପ୍ଟେମ୍ୱର ୨୦ ରେ ନୂଆଖାଇ ପଡୁଛି ।












Click it and Unblock the Notifications