ନୂଆଖାଇ ବାସି ପାଳୁଛି ପଶ୍ଚିମ ଓଡିଶା: ଗାଁ ଗାଁ ରେ ନାଚଗୀତ, କଣ ଏହି ନୂଆଖାଇ ବାସି ?
ନୂଆଖାଇ ବାସି ପାଳୁଛି ପଶ୍ଚିମ ଓଡିଶା । ଚାରିଆଡେ ଉଲ୍ଲାସ ଓ ଉତ୍ସବ ମୁଖର । ସମସ୍ତେ ଭାରି ଖୁସି । କାହିଁ କେତେ ଦୂରରେ ଥିବା ପରିବାର ଲୋକେ ଓ କୁଣିଆ ସମସ୍ତେ ଏକାଠି ହୋଇଛନ୍ତି । ସମସ୍ତେ ହସ ଓ ଉଲ୍ଲାସର ସହ ପାଳୁଛନ୍ତି ନୂଆଖାଇ ପର୍ବ । ଗତକାଲି ସମସ୍ତେ ମିଶି ନବାନ୍ନ ଭକ୍ଷଣ କରିଛନ୍ତି ।
ନୂଆଖାଇ ପାଇଁ ଜିଲ୍ଲାର ହାଟ ବଜାରରେ ନୂଆଧାନ, କୁରେଇ ପତ୍ର , ନୂଆ ମାଟି ପାତ୍ର, କପଡା ବିକ୍ରି ହେଉଥିବା ଦୋକାନ ଗୁଡିକରେ ପ୍ରବଳ ଭିଡ଼ ଦେଖାଯାଇଥିଲା । ପରିବାର ଠାରୁ ଦୂରରେ ରହିଥିବା ଲୋକେ ଘର ବାହୁଡିବା ସହିତ ମିଳିମିଶି ନବାନ୍ନ ଭକ୍ଷଣ କରିଛନ୍ତି । ଘରେ ଘରେ ନବାନ୍ନ ସହିତ ପିଠାପଣାରେ ଚତୁର୍ଦ୍ଦିଗ ମହକି ଉଠିଛି ।

ଅଧିକାଂଶ ଗ୍ରାମରେ ନୂଆଖାଇ ଭେଟଘାଟ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଗ୍ରାମବାସୀ ଏକତ୍ରିତ ହୋଇ ନୂଆଖାଇ ଭେଟଘାଟ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତିି ।
ନୂଆଖାଇ ବାସି
ନୂଆଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ଭାରି ମଉଜ ମଜଲିସ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ କେହି ଆମିଷ ଖାଆନ୍ତି ନାହିଁ । ସେଥିପାଇଁ ପରଦିନ ଆମିଷ ଖାଇଥାନ୍ତି ।
ଓଡିଶାର ଅବିଭକ୍ତ କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ଏହି ନୂଆଖାଇ ପର୍ବ ଖୁବ ଧୂମଧାମରେ ପାଳିତ ହୋଇଥାଏ ।
ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନ କୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜଇଷ୍ଟ ଦେବାଦେବୀଙ୍କ ଅର୍ପଣକରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେସଙ୍ଗେ ଅନ୍ୟ ମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାର ଧାରା ନୂଆଖାଇ ପର୍ବ
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications