Get Updates
Get notified of breaking news, exclusive insights, and must-see stories!

ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇ ଲଗ୍ନ; ସେପ୍ଟେମ୍ବର ୮ ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି

ବଲାଙ୍ଗିର: ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇ ଲଗ୍ନ । ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ । ରବିବାର ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି । ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ନୂଆ ଖାଇବେ ।

nuakhai 2024

ଚିରା ଚରିତ ପ୍ରଥାନୁଯାୟୀ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ପୂର୍ବ ତନ ପାଟଣାଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ଵରୀ ଓ ସମଲେଶ୍ବରୀ ଙ୍କ ରାଶିନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତା. ୮-୯-୨୦୨୪ ରବିବାର ବିଶୁଦ୍ଧ ତୁଳ ଲଗ୍ନ ଶୁଭ ବେଳାରେ ଦିବା ଘ.୯.୩୫ ମି. ରୁ ଘ.୧୦.୭ ମି. ମଧ୍ଯ ସମଗ୍ର ବଲାଙ୍ଗିର ଜିଲ୍ଲାରେ ନବାନ୍ନ ବିଧ ଅନୁଷ୍ଠିତ ହେବ ।

ନୂଆଖାଇରେ ସମସ୍ତେ ମିଶି ଏକାଠି ନୂଆ ଖାଇଥାନ୍ତି। ପରେ ଆରମ୍ଭ ହୁଏ ଭେଟଘାଟ କାର୍ଯ୍ୟକ୍ରମ। ଘରର ବଡ ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି ସମସ୍ତ । ଏହି ପର୍ବକୁ ବେଶ୍‌ ଉତ୍ସାହର ସହ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଇଥିବା ବେଳେ ଘରେ ଘରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧିଥାନ୍ତି।

ଏନେଇ ରାଜପୁରୋହିତ କହିଛନ୍ତି, ନୂଆଖାଇ ହେଉଛି ଆମ ଗଣପର୍ବ, ଭାଇଚାରାର ପର୍ବ । ନିୟମ ଅଛି ଆମର ନୂଆ ଫସଲ ହେଲେ ଦେବାଦେବୀଙ୍କ ନିକଟରେ ଲାଗି କରାଯାଇଥାଏ । ତେଣୁ ଅମୃତ ବେଳାରେ ନୂଆ ଫସଲକୁ ଦେବାଦେବୀଙ୍କ ନିକଟରେ ଲାଗି କରାଯାଇଥାଏ ।

ଲଗ୍ନ ଧାର୍ଯ୍ୟ ହେବା ପରେ ଏନେଇ ଆମେ ରାଜାଙ୍କୁ ଅବଗତ କରିବୁ । ରାଜା ଏହାକୁ ଅନୁମୋଦନ କରିବେ। ପରେ ଘୋଷଣାପତ୍ର ଛପାଯାଇ ଗାଁ ଗାଁ ପଠାଯିବ । ଏହାଦ୍ୱାରା ଅମୃତ କାଳରେ ନୂଆ ଫସଲ ଦେବାଦେବୀଙ୍କ ନିକଟରେ ଅର୍ପଣ କରିବାକୁ ସେ ରାଜ୍ୟ ସାରା ଲୋକଙ୍କୁ ଅବଗତ କରାଇଥାନ୍ତି ବୋଲି କହିଛନ୍ତି ରାଜ ପୁରୋହିତ ।

ପ୍ରଥମେ ଇଷ୍ଟଦେବୀଙ୍କୁ ଲଗ୍ନପତ୍ର ଦେବା ପରେ ଗାଁ ଗାଁକୁ ପ୍ରେରଣ କରାଯିବ। ତା' ପରେ ଆରମ୍ଭ ହୋଇଯିବ ନୂଆଖାଇ ପାଇଁ ପ୍ରସ୍ତୁତି। ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣ ପର୍ବ ହୋଇଥିବାରୁ ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ ବି ଘରମୁହାଁ ହୋଇଥାଆନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+