ଆଜି ମାଆ ମାଣିକେଶ୍ବରୀଙ୍କ ପାଖେ ଲାଗି ହେବ ନବାନ୍ନ: ଭବାନୀପାଟଣା ସମେତ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ
ଆଜି ମାଆ ମାଣିକେଶ୍ବରୀଙ୍କ ପାଖେ ଲାଗି ହେବ ନବାନ୍ନ । କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କୁ ଲାଗି ହେବ ନବାନ୍ନ । ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ଲାଗି ହେବ ନବାନ୍ନ । ନବାନ୍ନ ଲାଗି ପରେ ୧୨ଟା ଭିତରେ ନୂଆ ଖାଇବେ ଲୋକେ । ଭବାନୀପାଟଣା ସମେତ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ।

କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି ।
ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି । ବିଶେଷକରି ସୁରତ, ବିଶାଖାପାଟଣା, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ଏହା ପାଳନ କରାଯାଇଥାଏ ।
ବର୍ଷା ଶେଷ ହେବା ପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ପଶ୍ଚିମ ଓଡ଼ିିଶାରେ ନୂଆଁଖାଇ କୁହାଯାଏ ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଚାରିଆଡେ ଖୁସିର ମାହୋଲ । ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ନେଇ ଚାରିଆଡେ ଖୁସିର ମାହୋଲ । ସମସ୍ତେ ଭାରି ଖୁସି । ବଲାଙ୍ଗୀର ହେଉ କି ସମ୍ବଲପୁର ବା ବରଗଡ଼ ଲୋକେ ଏହି ପର୍ବକୁ ଉତ୍ସବ ଭଳି ପାଳନ କରନ୍ତି । ଏହି ନୂଆଖାଇ ଓ ତାର ପରଦିନ ନୂଆଖାଇ ବାସି ପାଳନ କରାଯାଇ ଥାଏ । ଇଷ୍ଟ ଦେବୀଙ୍କ ପାଖରେ ପୂଜା ପରେ ଏହି ପର୍ବ ପାଳନ ହୋଇଥାଏ ।












Click it and Unblock the Notifications