Get Updates
Get notified of breaking news, exclusive insights, and must-see stories!

ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ: ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା

ସମ୍ବଲପୁର: ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ଲାଗିହେଲା ନବାନ୍ନ । ନୂଆଁଖାଇ ପାଇଁ ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା । ପିଠା ପଣାରେ ମହକୁଛି ସାରା ଓଡ଼ିଶା । ସମସ୍ତେ ଆନନ୍ଦର ସହ ନୂଆଖାଇ ପର୍ବ ପାଲୁଛନ୍ତି । ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ । ତେବେ ଆରିସା, ମଣ୍ଡାରେ ଘର ବାସୁଛି ।

ଗାଁର ଦେବାଦେବୀଙ୍କୁ ନୂଆ ଧାନ ଅର୍ପଣ କଲା ପରେ ପ୍ରତିଘରକୁ ଯାଇ ଝାଙ୍କର ନୂଆ ଧାନ ଅର୍ପଣ କରେ ଓ ଘରୁ ଉପାସ ପଡ଼ି ନିଅନ୍ତି । ଏହିଦିନ ଝାଙ୍କର ମଧ୍ୟ ଉପବାସ ରୁହନ୍ତି । ନୂଆଧାନ କାଟି ଆଣି ଯତ୍ନରେ ରଖନ୍ତି। ନୂଆଲୁଗା ପିନ୍ଧି ସବୁ ଗ୍ରାମ୍ୟଦେବୀଙ୍କୁ ନୂଆ ଧାନ ଅର୍ପଣ କରି ସାରିବା ପରେ ଘର ଘରକୁ ଅର୍ପଣ କରନ୍ତି। ସେମାନଙ୍କୁ ଘରେ ଘରେ ପାଦ ଧୋଇ ବନ୍ଦାପନା କରାଯାଏ ।

ସମସ୍ତେ ଭାରି ଖୁସି । ସମସ୍ତେ ନୂଆ ପିନ୍ଧିଛନ୍ତି ଆଉ ନୂଆ ଖାଇଛନ୍ତି । ଏକାଠି ହୋଇ ଜୁହାର ଭେଟ୍ ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି ।

nuakhai

ଲୋକେ ଦେଶ ବିଦେଶରୁ ନିଜ ନିଜ ଘରକୁ ଆସିଛନ୍ତି । ସମସ୍ତଙ୍କ ଘରେ ବି କୁଣିଆ ଫୁଲ । ସମସ୍ତେ ଏକାଠି । ଘରେ ନିଜ ପରିବାର ସହ ମିଶି ପାଳିବେ ନୂଆଖାଇ । ନିଜ ପରିବାର , କୁଟୁମ୍ବଙ୍କ ସହ ମିଶି ପାଳନ ହେବ ନୂଆଖାଇ ।

ଧାନ ଅମଳର ଖୁସିରେ ନୂଆଖାଇ ପାଳନ ହୁଏ । ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଏହି ପର୍ବ ପାଳିତ ହୋଇଥାଏ । ଏହି ଦିନ ପ୍ରତି ପରିବାରରେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି ।

ଗ୍ରାମ ବା ସହରର ଲୋକମାନେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ନିଜର ବୟସ୍କମାନଙ୍କୁ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ଆଉ ନୂଆଖାଇ ଜୁହାର କରିଥାନ୍ତି । ମତଭେଦ ଦୂର କରି ସମସ୍ତେ ପୁଣି ଏକଜୁଟ ହୋଇ ଥାନ୍ତି ।

୧୯୯୧ ରୁ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ।

ଏହା ପରେ ପଶ୍ଚିମ ଓଡ଼ିଶାର ସବୁ ମହଲରେ ଚିନ୍ତା କରାଯାଇ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+