ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ: ଉତ୍ସବମୁଖର ପଶ୍ଚିମ ଓଡ଼ିଶା
ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ମା' ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ । ବଲାଙ୍ଗିରରେ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ ।

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମଓଡ଼ିଶା ଚଳଚଞ୍ଚଳ ହୋଇପଡ଼ିଛି। ଏହି ଅବସରରେ ଗୁରୁବାର ମା' ସମଲେଶ୍ଵରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ଏଥିପାଇଁ ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରୁ ନବାନ୍ନ ଅଣାଯାଇଥିଲା। ସେହିପରି ବଲାଙ୍ଗୀରରେ ଇଷ୍ଟଦେବୀ ପାଟଣେଶ୍ଵରୀଙ୍କ ନିକଟରେ ବି ନବାନ୍ନ ଲାଗି ହୋଇଛି। ନୂଆଖାଇ ପାଇଁ ସମଲେଶ୍ଵରୀ ପୀଠ ଉତ୍ସବମୁଖର ହୋଇପଡ଼ିଛି। ଘଣ୍ଟବାଦ୍ୟରେ ଦୁଲୁକୁଛି ମା'ଙ୍କ ପୀଠ। ଘରେ ଘରେ ପିଠାପଣାର ଆସର ଜମିଛି।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ମା' ମାଟି ଓ ଇଷ୍ଟ ଦେବୀଙ୍କୁ ପୂଜା କରିବାର ପର୍ବ ହେଉଛି ନୂଆଖାଇ । ଚାଷୀ ତାର ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଲାଗି କରିବା ପରେ ସପରିବାରଙ୍କ ସହ ଏକାଠି ନୂଆ ଖାଇଥାନ୍ତି । ଏହା ହେଉଛି ନୂଆଖାଇ ପର୍ବର ସ୍ୱତନ୍ତ୍ର ପରମ୍ପରା । ବନ୍ଧୁ ବାନ୍ଧବ ସମସ୍ତେ ରାଗ ରୋଷ, ମାନ ଅଭିମାନ ଭୁଲି ପରିବାର ସାରା ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି।












Click it and Unblock the Notifications