ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ପୁରୀରେ NSG ଟିମ୍
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ପୁରୀରେ ପହଞ୍ଚିଛି ଏନଏସଜି ଟିମ୍
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ପୁରୀରେ ପହଞ୍ଚିଛି ଏନଏସଜି ଟିମ୍ । ଆଗକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ରହିଥିବା ବେଳେ ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ ରହିଥିବା ବେଳେ ଆତଙ୍କବାଦୀ ହାମଲାର ଆଶଙ୍କ ମଧ୍ୟ କରାଯାଏ । ଏହି ସମସ୍ତ ଦିଗକୁ ଲକ୍ଷରେ ରଖି ଏନଏସଜି ଟିମ୍ ଏହାର ଯାଞ୍ଚ କରୁଛି ।

ଆଗକୁ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯିବ । ଏଥିପାଇଁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ଏହାକୁ ଯାଞ୍ଚ କରୁଛି ଟିମ୍ । ଏନଏସଜିର ଏକ ତିନି ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି । ଚାରି ଦ୍ୱାରର ସମୀକ୍ଷା କରିଛି ଏହି ଟିମ୍ । ଏଠାରେ ସୂଚନାଥାଉକି, ଗତକାଲି ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲା ଏନଏସଜି ଟିମ୍ ।












Click it and Unblock the Notifications