ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ; ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍'

ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ 'ନାଇଟ୍‌ ନକଚରାଲ୍‌ ଟ୍ରେଲ୍' । ରାତି ସାଢେ ୯ଟା ଯାଏଁ ଖୋଲା ରହିବ ସଫାରୀ । ଚାଲିବ ଟ୍ରେଲ୍‌ । ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।

'ନାଇଟ୍‌ ନକଚରାଲ୍‌ ଟ୍ରେଲ୍' ଯୋଗୁଁ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲର ଉପକୃତ ହେବେ । ଦିନବେଳା ସମୟ ପାଉନଥିବା ବ୍ୟକ୍ତି ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିପାରିବେ । ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।

ପର୍ଯ୍ୟଟକମାନଙ୍କ ପାଇଁ ବନ୍ୟଜୀବନ ଦେଖିବା ନିମନ୍ତେ ବହୁତ ନଜର ଘଣ୍ଟି ରହିଛି । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି ।

chandaka

ଏଠାରେ ଦୁଇଟି ଜଳ ଭଣ୍ଡାର ଅଛି - ଡେରାସ ବନ୍ଧ ଓ ଝୁମୁକା ବନ୍ଧ, ଯାହାକି ଅଭୟାରଣ୍ୟର ମଝିରେ ଅବସ୍ଥିତ । ଉଭୟ ବର୍ଷାଜଳ ସଂରକ୍ଷଣର ଜ୍ଜ୍ୱଳନ୍ତ ଉଦାହରଣ । ଡେରାସରେ ଥିବା ବାଉଁଶ କୁଟୀରଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଜ୍ୟ ଦର୍ଶନର ସୁଯୋଗ ଦିଏ ।

ଏଠାରେ ମୁଖ୍ୟତଃ ୬ ଜାତିର ଉଦ୍ଭିଦ ଦେଖାଯା'ନ୍ତି । ମାଧ୍ୟମିକ ଆର୍ଦ୍ର ଅର୍ଦ୍ଧ-ଚିରହରିତ ଅରଣ୍ୟ, ଆର୍ଦ୍ର କାଙ୍ଗଡା ଅରଣ୍ୟ, ଉପକୂଳିଆ ଶାଳ ଅରଣ୍ୟ, ସମସ୍ୟାବହୁଳ କଣ୍ଟକପୂର୍ଣ୍ଣ ବାଉଁଶ ଜଙ୍ଗଲ ଓ ଈଉପଟୋରିଅମ ଗୁଳ୍ମ । ବୃକ୍ଷମାନଙ୍କ ମଧ୍ୟରେ କୋଚିଲ, କାଳିଚ, ବେଲ, କାଙ୍ଗଡା, ଗିରଙ୍ଗା, ସୁନାରି, ଶାଳ, କୁମ୍ଭି, ଜାମୁ, କରଞ୍ଜ, ବେତ ଓ ଶିଧ ଇତ୍ୟାଦି ଦେଖିବାକୁ ମିଳେ । ପୁରୁଷ ବାଉଁଶ ଗଛମାନଙ୍କର ବହୁତ ସୀମିତ ସଂସ୍ଥାନ ରହିଛି । ଔଷଧୀୟ ଗଛମାନଙ୍କ ମଧ୍ୟରେ ଦୁରମାରୀ, ବାଇଡଙ୍କ, ବୃଦ୍ଧଦାରକ, ଭୁଇଁନିମ୍ବ, ଗୁଳୁଚି ଲତା, ସାଲପରନି, ଶତାବରୀ, ଭୁଇଁ-କଖାରୁ, ଇନ୍ଦ୍ରାଜବ, ଥଳକୁଡି, ଅପମାରଙ୍ଗ, କୁର୍ଚି, ପାତାଳ ଗରୁଡ ଇତ୍ୟାଦି ଦେଖାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+