ଏଣିକି ହ୍ବାଟସ୍ଆପ୍ ମାଧ୍ୟମରେ କରିହେବ ‘ଆମ ବସ୍’ ଟିକେଟ୍ ବୁକିଂ
ଆମ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଟିକେଟ୍ । ହ୍ବାଟ୍ସଆପର ବହୁଳ ବ୍ୟବହାରକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ 'ଆମ ବସ୍' ପାଇଁ ହ୍ବାଟ୍ସଆପରେ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଆଜି ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଏହି ସେବାର ଶୁଭାରମ୍ଭ କରିବେ । ହ୍ବାଟ୍ସଆପ ଏବଂ ଆମ ବସରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟରେ ରିହାତି ମିଳିବା ନେଇ ମଧ୍ୟ ଘୋଷଣା ହୋଇପାରେ । କହି ରଖୁଛୁ ଭୁବନେଶ୍ବର ଓ କଟକ ପୁରୀରେ ଆମ ବସ୍ ରେ ଯାତ୍ରା କରୁଥିବା ଲୋକଙ୍କୁ ଏବେ ଡିଜିଟାଲ୍ ପାସ୍ ମିଳୁଛି । ଏହା ଅନ୍ୟ ସହରକୁ ସମ୍ପ୍ରସାରଣ ହୋଇପାରେ ।

ବିଭିନ୍ନ ସହରରେ ଚାଲୁଥିବା ଏହି ଆମ ବସରେ ଯାତାୟାତ କରୁଛନ୍ତି ଅଧିକାଂଶ ଲୋକେ । କମ୍ ଟଙ୍କାରେ ସୁଗମ ଯାତ୍ରା ହେଉଥିବାରୁ ଲୋକମାନେ ଆମ ବସ୍ ଉପରେ ନିର୍ଭରଶୀଳ । ତେଣୁ ଲୋକଙ୍କୁ ସୁବିଧାକୁ ନଜରରେ ରଖି ଏଭଳି ସେବାକୁ ଆରମ୍ଭ କରିବାକୁ ଯାଉଛନ୍ତି ସରକାର ।
ଯେପରି କମିସନରେଟ୍ ପୁଲିସର ବିଭିନ୍ନ ଥାନାଧିକାରୀମାନଙ୍କୁ ଗୋଟିଏ ଲେଖାଏଁ ମୋବାଇଲ୍ ନମ୍ବର ଦିଆଯାଉଛି ଏବଂ ସେମାନେ ବଦଳିଲେ ବି ନମ୍ବର ସମାନ ରହୁଛି, ସେହିପରି ପୌରସଂସ୍ଥା କର୍ମଚାରୀଙ୍କୁ ଗୋଟିଏ ମୋବାଇଲ୍ ନମ୍ବର ଦିଆଯିବ। ଏହାଦ୍ବାରା ସହରାଞ୍ଚଳବାସୀ କୌଣସି ସେବା ପାଇଁ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସମସ୍ୟା ରହିବନି।
ରାଜ୍ୟରେ ୨୧ଟି ନୂଆ ଏନ୍ଏସି ଗଠନ ହେବା ନେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ। ଏଥିରୁ ୧୨ଟି ଏନ୍ଏସି ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ବାକି ୯ଟି ନୂଆ ଏନ୍ଏସି ଆଜି ଘୋଷଣା ହୋଇପାରେ।












Click it and Unblock the Notifications