ଏବେ ରାଜ୍ୟରେ ଜାରି ରହିବ BSKY ଅର୍ଡ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ
BSKY କୁ ନେଇ ଆସିଲା ବଡ଼ ଅପଡେଟ୍। ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବିଏସକଓ୍ବୋଇ କାର୍ଡ ଏବେ ଜାରି ରହିବ।

ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେ ଯାଏଁ ଜାରି ରହିବ ବିଏସକେୱାଇ । ବଜେଟ ଆପ୍ରୋପ୍ରିଏସନ ବିଲ ପାସ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ ।
ବିଏସକେୱାଇ କାର୍ଡ ଏବେ ଚାଲୁ ରହିଛି । ନୂଆ ଯୋଜନା ଆସିଲା ଯାଏଁ ଏହା ଜାରି ରହିବ। ଏବେ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ BSKY ଜାରି ରହିବ। ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ ବିଲ ପାସ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ । ଏବେ ବିଏସକେୱାଇ ଯେମିତି ଚାଲିବା କଥା ସେମିତି ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।












Click it and Unblock the Notifications