କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ, ସୂଚନା ଦେଲେ ମନ୍ତ୍ରୀ
Odisha Metro News: କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଟେକ୍ନିକାଲ ଟିମକୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ଆରମ୍ଭ କରିଛି । ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ଏବଂ ଏହା ସ୍ପଷ୍ଟ ହେବ ଯେ କେଉଁଠୁ କେଉଁ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।
ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ମେଟ୍ରୋ ଚାଲିବା ଅତ୍ୟନ୍ତ ଆବଶ୍ୟକତା ରହିଛି । ପୂର୍ବରୁ ଏୟାରପୋର୍ଟରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ନେଇ ପ୍ଲାନ କରାଯାଇଥିଲା ହେଲେ ଲୋକେ ତ୍ରୁଶୂଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ ସେଥି ପାଇଁ ବର୍ତ୍ତମାନ କଟକ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ନେଇ ଯୋଜନା କରାଯାଉଛି । ତେବେ ଏହି ପ୍ରକଳ୍ପ ଯଥା ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଏହା ବାତିଲ କରାଯିବ ନାହିଁ ବୋଲି ମଧ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁସାରେ, ମେଟ୍ରୋ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ କରାଯିବା ନେଇ ସୂଚନା ରହିଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରୁଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ କରିବ ଯାହା ମଧ୍ୟରେ ପ୍ରାୟ ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ ।












Click it and Unblock the Notifications