ଏଥର ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରୀ

ଏଥର ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରୀ

କଟକ: ଏଣିକି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରୀ । କୌଣସି ସରକାରୀ କର୍ମଚାରୀଙ୍କର ଚାକିରୀରେ ଥାଇ ଯଦି ମୃତ୍ୟୁ ଘଟେ ତାଙ୍କ ପଦବୀରେ ତାଙ୍କର ବିବାହିତ ଝିଅଙ୍କୁ ଚାକିରୀ ମିଳିପାରିବ । ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି । ପୂର୍ବରୁ କେବଳ ପୁଅ ଅବା ଅବିବାହିତ ଝିଅଙ୍କୁ ଏକ୍ଷେତ୍ରରେ ନିଯୁକ୍ତି ମିଳୁଥିଲା । ଏକ୍ଷେତ୍ରରେ ଥିବା ସରକାରୀ ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି ।

Cuttack high court

ବିବାହିତ ଝିଅଙ୍କୁ ନିଯୁକ୍ତି ନଦିଆଯିବା ଏକ ମନମୁଖୀ ନିଷ୍ପତି ଏହା ସମ୍ବିଧାନର ଧାରା ୧୪,୧୫ ଓ ୧୬(୨)ର ଉଲଙ୍ଘନ କରୁଛି ବୋଲି ହାଇକୋର୍ଟ କହିବା ସହ ଏଭଳି ସରକାରୀ ନୀତିକୁ ରଦ୍ଦ କରିଛନ୍ତି । ଏଥିସହ ଏକ୍ଷେତ୍ରରେ ବିବାହିତ ମହିଳାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାସନ୍ତୀ ନାୟକ ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ।

ସୂଚନାଅନୁସାରେ, ୨୦୦୧ ଫେବୃୟାରୀ ୨୩ରେ ବାସନ୍ତୀ ନାୟକଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳେ ସେ ପ୍ରାଥମିକ ସ୍କୁଲ ଶିକ୍ଷକ ଥିଲେ । ବାପାଙ୍କ ମୃତ୍ୟୁ ପରେ ବାସନ୍ତୀ ତୃତୀୟ ଶ୍ରେଣୀ ଅଣଶିକ୍ଷକ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ ପାଇଁ ଦରଖାସ୍ତ ଦାଖଲ କରିଥିଲେ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପ୍ରକାଶିତ ତାଲିକାରେ ବାସନ୍ତୀଙ୍କ ନାଁ ମଧ୍ୟ ସାମିଲ ଥିଲା ହେଲେ ଯୋଗ୍ୟ ବିବେଚିତ ହୋଇଥିବା ସତ୍ତ୍ୱେ ବାସନ୍ତିଙ୍କୁ ନିଯୁକ୍ତି ମିଳିନଥିଲା । । ୨୦୧୮ରେ ବାସନ୍ତିଙ୍କ ଦରଖାସ୍ତକୁ ସ୍କୁଲ ଇନ୍ସପେକ୍ଟର ନା ମଞ୍ଜୁର କରିଦେଇଥିଲେ । ୨୦୦୭ ଏପ୍ରିଲ ୨୪ ବିଜ୍ଞପ୍ତି ଅନୁସାରେ ଆବେଦନକାରୀ ବିବାହିତା ହୋଇଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା । ଶେଷରେ କଟକ ହାଇକୋର୍ଟ ୨୦୦୮ ଏପ୍ରିଲ ୮ର ନିର୍ଦ୍ଦେଶକୁ ଖାରଜ କରିଛନ୍ତି । ଏକ୍ଷେତ୍ରରେ ଥିବା ସରକାରୀ ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+