ଏଣିକି ଆପାର୍ଟମେଣ୍ଟ କିଣା ବିକା ହେବ ସହଜ, ରେରା ପୂର୍ବର ନିର୍ମାଣକୁ ରେଜିଷ୍ଟ୍ରେସନ ଅନୁମତି
ଏଣିକି ଆପାର୍ଟମେଣ୍ଟ କିଣା ବିକା ହେବ ସହଜ । ବଡ଼ ସୂଚନାଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୨୦୧୭ ଫେବୃଆରୀ ୨୫ ପୂର୍ବରୁ ନିର୍ମାଣ ହୋଇଥିବା ପୁରୁଣା ଆପାର୍ଟମେଣ୍ଟ କିଣା ବିକା ହୋଇ ପାରିବ । ବର୍ତ୍ତମାନର ଅଧିନିୟମ ସତ୍ତ୍ୱେ ଯେଉଁ ସବୁ ଆପାର୍ଟମେଣ୍ଟଗୁଡିକ ୨୦୧୭ ଫେବୃଆରୀ ୨୫ ପୂର୍ବରୁ ସମ୍ପୂର୍ଣ ହୋଇଛି ସେହି ସବୁ ଆପାର୍ଟମେଣ୍ଟଗୁଡିକ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ୱେ ରେଜିଷ୍ଟ୍ରସନ କରାଯାଇପାରିବ । ଏ ନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଜୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି ।
ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟ କାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୋଧରେ ପଡିରହିଥିବା ଅପିଲଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି । ପୁରୁଣା ଆପାର୍ଟମେଣ୍ଟ କିଣା ବିକା କରିପାରିବେ । ଲୋକଙ୍କୁ ଜାଣି ଶୁଣି ହଇରାଣ କରିବା ପାଇଁ ବ୍ୟବସ୍ଥା ଥିଲା |
ରେରା ଆଳରେ ଆପାର୍ଟମେଣ୍ଟ କିଣା ବିକାକୁ ଛନ୍ଦୀ ଦିଆଯାଉଥିଲା । ସରକାର ବହୁ ରାଜସ୍ବ ହରାଉଥିଲେ । ପାର୍ଟ ପ୍ଲଟ ପାଇଁ ରାଜସ୍ବ ଓ ଆଇନ ବିଭାଗ ସହ ବୈଠକ ସରିଛି । ନଗର ଉନ୍ନୟନ ସଚିବ ଡ୍ରାପ ପ୍ରପୋଜାଲ ଦେଇସାରିଛନ୍ତି ଖୁବ ଶୀଘ୍ର ସମସ୍ୟା ର ସମାଧାନ ହେବ । ଭୁବେନେଶ୍ୱର ଏକ ବେଟେର ସହର ହେବ, ପୁରୀ, କଟକ, ଭୁବେନେଶ୍ୱରକୁ ନେଇ ଟ୍ରାଏ ସିଟି ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ଅପରପକ୍ଷରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆହୁରି କହିଛନ୍ତି ଆଜିର ବଜେଟ୍ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ପାଇଁ ଏହା ବେଶ ସହାୟକ ହେବ । ୧୨ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ ଟ୍ୟାକ୍ସ ଫ୍ରି କରାଯାଉଛି । ତେଣୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବହୁତ୍ ବହୁତ ଧନ୍ୟବାଦ ।












Click it and Unblock the Notifications