ଆସିଲା ନଭେମ୍ୱର ଗାଇଡଲାଇନ: ଜାଣନ୍ତୁ, ଦୀପାବଳି ପାଇଁ କଣ ରହିଲା କଟକଣା ?
ଆସିଲା ନଭେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ୍। ଆଗକୁ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ। କୋଭିଡ କଟକଣାରେ ପାଳନ ହେବ ଦୀପାବଳି ।
ଭୁବନେଶ୍ୱର: ଆସିଲା ନଭେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ୍। ଆଗକୁ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ। କୋଭିଡ କଟକଣାରେ ପାଳନ ହେବ ଦୀପାବଳି । ହେଲେ ରାଜ୍ୟରେ ସପ୍ତାହାନ୍ତ ସଟ୍ଡାଉନ ହେବନାହିଁ।

ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡ୍ଲାଇନ୍। ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତ ପ୍ରକାର ଦୋକାନ ସକାଳ ୫ରୁ ରାତି ୧୦ ଖୋଲା ରହିପାରିବ।
ସାରା ରାଜ୍ୟରେ ସମସ୍ତ ପ୍ରକାର ଦୋକାନ, ମଲ ଖୋଲା ରହିବ। ସେହିଭଳି ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ମଧ୍ୟ ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ର ଗାଇଡଲାଇନ୍ର ଅନୁପାଳନ କରାଯିବ। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ନିଜ ଅଞ୍ଚଳରେ ଏନେଇ ନିଷ୍ପତ୍ତି। ବାଣ ଫୁଟାଇବା ସମ୍ପର୍କିତ ଗାଇଡଲାଇନ ପୃଥକ ଭାବେ ଜାରି ହେବ।












Click it and Unblock the Notifications