ନଭେମ୍ବର ୧୦ ମାଣ୍ଡିଆ ଦିବସରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ; ଯୋଗଦେବେ କେନ୍ଦ୍ର କୃଷି ମନ୍ତ୍ରୀ
ନଭେମ୍ବର ୧୦ ମାଣ୍ଡିଆ ଦିବସରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଯୋଗଦେବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ।
ନଭେମ୍ବର ୧୦ ଓ ୧୧ ଦୁଇ ଦିନ ଧରି କାର୍ଯ୍ୟକ୍ରମ । ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ସୂଚନା ।

ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଶୁକ୍ରବାର ଏକ ବଡ଼ ସୂଚନା ନଭେମ୍ବର ୧୦ ମାଣ୍ଡିଆ ଦିବସ ଅବସରରେ ରାଜ୍ୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ ସିଂ ଦେଓ କହିଛନ୍ତି।
ନଭେମ୍ବର ୧୦ ଏବଂ ୧୧ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଚାଳିବ। ଉତ୍ସବ ମାଧ୍ୟମାରେ ମାଣ୍ଡିଆର ପ୍ରଚାର ପ୍ରଶାର ସାଙ୍ଗକୁ ବିଶ୍ୱ ବଜାରରେ ମାଣ୍ଡିଆ ଯେପରି ପହଞ୍ଚି ପାରିବ ସେନେଇ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି।
ଏବେ ତ ମାଣ୍ଡିଆରେ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ମାର୍କେଟରେ ମିଳିଲାଣି। ଆଉ ଏହାର ଚାହିଦା ମଧ୍ୟ ଅନେକ। କାହିଁକିନା ଏହା ସ୍ୱାଦରେ ପୂରା ଜବରଦସ୍ତ। ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି। ଏହା ସ୍ୱଳ୍ପ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍ ରୋଗୀ ମଧ୍ୟ ଖାଇପାରିବେ
ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି ।
ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍ ଏବେ 'ମାସ୍କଟ' ଭାବେ ପରିଚିତ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ପ୍ରଚାର ପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା 'ଓଡ଼ିଶା ମିଲେଟ୍ ମିଶନ୍'।
ମାଣ୍ଡିଆକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ତଥା ମାଣ୍ଡିଆ ଚାଷୀଙ୍କ ଜୀବନ ଓ ଜୀବିକାର ବିକାଶ ଦିଗରେ ସହାୟ ହେବା, ଏହି ଦିବସ ପାଳନର ଉଦ୍ଦେଶ୍ୟ। ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ ମାଣ୍ଡିଆର ପ୍ରଚାର ପ୍ରସାର ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ ଯୋଡ଼ା ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି ଆଉଟ୍ଲେଟ୍ ଓ ମିଲେଟ୍ କାଫେ ଖୋଲାଯାଉଛି। ଜାତିସଂଘ ଦ୍ବାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରାଯାଇଛି।












Click it and Unblock the Notifications