B.Ed ନାଁ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାର୍ଚ୍ଚ ୨୪ରୁ ଆବେଦନ ଆରମ୍ଭ
ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ବିଗତ ବର୍ଷ ଭଳି ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ମଧ୍ୟ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ. ଏଡ଼ ପାଠ୍ୟକ୍ରମରେ ନାମଲେଖା ଏବଂ ଚୟନ ପ୍ରକିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ କରାଯିବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।
ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏଥିପାଇଁ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୨୪ ତାରିଖ (୨୪.୦୩.୨୦୨୫) ଠାରୁ Common Application Form (CAF) ପୂରଣ ପ୍ରକିୟା ଆରମ୍ଭ ହେବ।
ଏଥିସହ ଶିକ୍ଷା ବର୍ଷ ୨୦୨୫-୨୬ରେ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ. ଏଡ଼ ପାଠ୍ୟକ୍ରମକୁ ଆସନ୍ତା ୨୪ ଜୁଲାଇ, ୨୦୨୫ ତାରିଖ ସୁଦ୍ଧା ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହୋଇ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।












Click it and Unblock the Notifications