ପ୍ରକାଶ ପାଇଲା ବିଜ୍ଞପ୍ତି, ରାଜ୍ୟରେ ଖୋଲିବ ଆଉ ୫୬ ନୂଆ କୋର୍ଟ

ରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ୫୬ଟି ନୂଆ କୋର୍ଟ ଖୋଲିବ । ଏହାସହ ୮୪୦ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

cort

ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବ । ମୋଟ ୧୩ଟି ଜିଲ୍ଲାରେ ସ୍ଥାପନ ହେବ ନୂଆ ସିଭିଲ କୋର୍ଟ । ୨୦୨୨ରେ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୭୦୦ କୋର୍ଟ ରହିଛି । ଏଥିରେ ସିଭିଲ୍ ଓ କ୍ରିମିନାଲ କୋର୍ଟ ମଧ୍ୟ ସାମିଲ ରହିଛି । ଏହାସତ୍ତ୍ୱେ ରାଜ୍ୟରେ ୧୫ ଲକ୍ଷରୁ ଅଧିକ ମାମଲା ବିଚାରଧୀନ ରହିଥିଲା । ଏଥିରେ ୧୨ ଲକ୍ଷରୁ ଅଧିକ କେବଳ ଆପରାଧିକ ମାମଲା ରହିଥିଲା । କେବଳ ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୮୯ ହଜାର ମାମଲା ବିଚାରଧୀନ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+