ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ : ଜାଣନ୍ତୁ କିଏ ଗଲେ କୁଆଡେ ?

ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ମୋଟ 34 ଜଣ ଅଧିକାରୀଙ୍କ ବଦଳି କରାଯାଇଥିବା ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି

ଭୁବନେଶ୍ୱର: ଓଏଏସ୍ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ମୋଟ 34 ଜଣ ଅଧିକାରୀଙ୍କ ବଦଳି କରାଯାଇଥିବା ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି। ସେହିପରି ଗତ 20 ତାରିଖରେ ମଧ୍ୟ 12 ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିଲା। ଆଜିର ବଦଳିକୁ ମିଶାଇ ପାଞ୍ଚ ଦିନ ମଧ୍ୟରେ 46 ଜଣ ଓଏଏସ ଅଧିକାରୀଙ୍କ ବଦଳି ହୋଇଛି ।
ବିଜ୍ଞପ୍ତି ଅନୁଯାୟୀ, ରେଢ଼ାଖୋଲର ତହସିଲଦାର ଥିବା ରବି ବେହେରାଙ୍କୁ ବାରକୋଟ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବରସିଅସ ଡୁଙ୍ଗଡୁଙ୍ଗଙ୍କୁ ରେଢ଼ାଖୋଲ ତହସିଲଦାର, ସଂକଳ୍ପ ସ୍ୱସ୍ତିକ ସାହୁଙ୍କୁ ବାରଙ୍ଗ ତହସିଲଦାର, ରଞ୍ଜନ କୁମାର ପରିଡ଼ାଙ୍କୁ ଗୋପବନ୍ଧୁନଗର ତହସିଲଦାର, ବିଜ୍ଞାନ କୁମ୍ଭାରଙ୍କୁ ବୀରମହାରାଜପୁର ତହସିଲଦାର, ଇପସିତା ପ୍ରିୟଦର୍ଶିନୀ ମିଶ୍ର (ଏସବି)ଙ୍କୁ ଗଞ୍ଜାମ ଡେପୁଟି କଲେକ୍ଟର, କଲ୍ୟାଣସିଂମିତ୍ର ଦେବୀଙ୍କୁ କୁକୁଡ଼ାଖଣ୍ଡି ତହସିଲଦାର,

ଓଏଏସ୍

ଈଶ୍ୱର ଚନ୍ଦ୍ର ସାହୁଙ୍କୁ ମୋହନା ତହସିଲଦାର, ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଡେପୁଟି କଲେକ୍ଟର ଗଞ୍ଜାମ, ଦିଲ୍ଲୀପ କୁମାର ନାୟକଙ୍କୁ ପୋଲସରା ତହସିଲଦାର, ଜନ୍ମେଜୟ ସାହୁଙ୍କୁ ଜି. ଉଦୟଗିରି ତହସିଲଦାର, ଅଭିଶେକ ଦାସଙ୍କୁ କୁଳିଅଣା ତହସିଲଦାର, ଏନ. ଜଗଜୀବନ ଚୌଧୁରୀଙ୍କୁ ନାରାୟଣପାଟଣା ତହସିଲଦାର, ଦୀପକ କୁମାର ରାଉତଙ୍କୁ ତିରଙ୍ଗ ତହସିଲଦାର, ଲଲାଟେନ୍ଦୁ ସିଙ୍କୁ ବାଙ୍ଗିରିପୋଷି ତହସିଲଦାର।
ସେହିପରି ଜଗବନ୍ଧୁ ମଲ୍ଲିକଙ୍କୁ ବିଜାତଳ ତହସିଲଦାର, ଚିତ୍ତରଞ୍ଜନ ମୋହାନ୍ତଙ୍କୁ ଜାମଦା ତହସିଲଦାର, ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ଏରସମା ତହସିଲଦାର, ଜ୍ୟୋତିର୍ମୟ କରଙ୍କୁ କେସିଙ୍ଗା ତହସିଲଦାର, ରବିନ୍ଦ୍ର କୁମାର ସେଠିଙ୍କୁ କୁତ୍ରା ତହସିଲଦାର, ସରୋଜ କୁମାର ପ୍ରୁସେଠଙ୍କୁ ବାରଗାଁ ତହସିଲଦାର, ରାଜ କିଶୋର ଜେନାଙ୍କୁ ଡେପୁଟି କଲେକ୍ଟର ଗଞ୍ଜାମ, ସଂଗ୍ରାମ କେଶରୀ ଜେନାଙ୍କୁ ବୁଗୁଡ଼ା ତହସିଲଦାର, ଶିବ ପ୍ରସାଦ ପଟ୍ଟନାୟକଙ୍କୁ କୋଡିଙ୍ଗା ତହସିଲଦାର, ବିନୋଦ ବିହାରୀ ବେହେରାଙ୍କୁ ମାନେସର ତହସିଲଦାର, ଅରୁନ୍ଧତୀ ପଟ୍ଟନାୟକଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର ଇଡକୋ, ଏ. ତ୍ରିପାଠୀଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର, ସରିକାରାଣୀ ଧାମେଲଙ୍କୁ ଲେଫ୍ରିପଡ଼ା ତହସିଲଦାର, ସିତାକାନ୍ତ ରାଉତଙ୍କୁ ବାଙ୍କି ଡେପୁଟି କଲେକ୍ଟର, ଶଶାଙ୍କ ପାତ୍ରଙ୍କୁ ବାଲିଗୁଡ଼ା ତହସିଲଦାର, ପ୍ରିତମ କୁମାର ତନ୍ତିଙ୍କୁ ଲୋଇସିଂହା ତହସିଲଦାର, ଯୋଗେଶ୍ୱର ଭୋଇଙ୍କୁ ପାପଡ଼ାହାଣ୍ଡି ତହସିଲଦାର, ପୁଷ୍ପକ କୁମାର ପ୍ରଧାନଙ୍କୁ ସୁନ୍ଦରଗଡ଼ ତହସିଲଦାର ଓ ଆନନ୍ଦ କୁମାର ପଣ୍ଡାଙ୍କୁ ଗାଇସିଲେଟ ତହସିଲଦାର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+