ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; କାଲି ନାମାଙ୍କନ, ୮ରେ ନିର୍ବାଚନ
ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତାକାଲି ନାମାଙ୍କନ, ଦରକାର ପଡ଼ିଲେ ୮ରେ ନିର୍ବାଚନ । କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ ।
ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ବିଜେପି ରାଜ୍ୟ ସଂଗଠନର ସଭାପତି ଭାବେ ମନମୋହନ ସାମଲ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି । ଗତ ବିଧାନସଭା ନିର୍ବାଚନରେ ସେ ଝାଳବୁହା ପରିଶ୍ରମ କରି ଦଳକୁ ବିଜୟୀ କରିବାରେ ମଧ୍ୟ ବଡ଼ ଭୂମିକା ତୁଲାଥିଲେ । ତାଙ୍କର ଉପରେ ଦଳର ଯଥେଷ୍ଟ ଭରସା ମଧ୍ୟ ଅଛି । କିନ୍ତୁ ଆଗାମୀ ସାଂଗଠନିକ ନିର୍ବାଚନରେ ଦଳର ନେତାମାନେ ମନମୋହନ ସାମଲକୁ ପୁଣି ଥରେ ବାଛିବେ ନା ନୂଆ ସଭାପତି ଚୟନ କରିବେ ତାହା ସମୟ କହିବ ।

ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି ଗତମାସ ୨୯ରେ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ଶେଷ ହେବାର ଥିଲା। ହେଲେ କିଛି କାରଣ ପାଇଁ ଏହା ହୋଇ ପାରିନଥିଲା।
ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି ଗତମାସ ୨୯ରେ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ଶେଷ ହେବାର ଥିଲା । ହେଲେ କିଛି କାରଣ ପାଇଁ ଏହା ହୋଇ ପାରିନଥିଲା । ଏବେ ଆଉ ଥରେ ଆଜିଠାରୁ ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ତିନିଦିନ ମଧ୍ୟରେ ଏହାକୁ ଶେଷ କରାଯିବ । ଆଜି ମତଦାତା ସୂଚୀ ପ୍ରକାଶ ପାଇବ । ୭ ତାରିଖରେ ନାମାଙ୍କନପତ୍ର ଦାଖଲ ହେବ । ୮ ତାରିଖରେ ଏକାଧିକ ପ୍ରାର୍ଥୀ ଥିଲେ ପୂର୍ବାହ୍ଣ ୯ରୁ ୧୧ଟା ଯାଏଁ ଭୋଟ ହେବ । ଏହାପରେ ଫଳାଫଳ ଘୋଷଣା ହେବ ।












Click it and Unblock the Notifications