ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତେବେ ଓଡିଶା ପାଇଁ କରିକୁଲମ୍‌ ପ୍ରସ୍ତୁତି ବେଳେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନିଆଯିବ।

ଏହି 'ଜାତୀୟ ଶିକ୍ଷାନୀତି' ୨୦୨୪-୨୫ରୁ ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ। ଏନେଇ ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଗଲା ନିଷ୍ପତ୍ତି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି ହେବା ନେଇ ନିଷ୍ପତ୍ତି ନିଆଯାଇଛି

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସତର୍କତାର ସହିତ ବିଚାର କରିବା ପରେ, ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

National Education Policy

ନୂଆ ଜାତୀୟ ଶିକ୍ଷାନୀତି ୨୦୨୦ ମୁତାବକ ୩ ବର୍ଷ ବୟସରୁ ୧୮ ବର୍ଷ ବୟସ ମଧ୍ୟରେ ୧୦+୨ ସ୍କୁଲ ଶିକ୍ଷାକୁ ୫+୩+୩+୪ ବ୍ୟବସ୍ଥାରେ ଭାଗ କରାଯାଇଛି। ପୁରୁଣା ଶିକ୍ଷା ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ସାମିଲ ନଥିଲା। ୬ ବର୍ଷ ହେଲେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାଁ ଲେଖାଉଥିଲେ। ନୂଆ ଶିକ୍ଷା ନୀତି ୫+୩+୩+୪ ଢାଞ୍ଚାରେ ୩ ବର୍ଷର ପିଲାଙ୍କୁ ସାମିଲ କରି ବାଲ୍ୟାବସ୍ତାରୁ ଶିକ୍ଷାଗତ ମୂଳଦୂଆ ମଜଭୁତ କରିବାକୁ ପ୍ରୟାସ କରାଯାଇଛି।

୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବିଭିନ୍ନ ସ୍ତରକୁ ନେଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହେବ। ପୂର୍ବରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ସ୍ତରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି।

୨୦୨୪ ନଭେମ୍ବରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ନୂଆ ଜାତୀୟ ଶିକ୍ଷା ନୀତି। ନୂଆ ଶିକ୍ଷା ନୀତି ଲାଗୁ ହେବା ପାଇଁ ଗଠନ ହୋଇଛି ଟାସ୍କ ଫୋର୍ସ କମିଟି ସହ ୬ ଟି ସବ କମିଟି। ନୂଆ ଶିକ୍ଷା ନୀତି କିପରି ଲାଗୁ କରାଯିବ ସେମାନେ ପ୍ରସ୍ତାବ ଦେବେ। ଏହା ପରେ ସମସ୍ତଙ୍କ ମତାମତ ନେଇ, ନୂଆ ଜାତୀୟ ଶିକ୍ଷାନୀତି ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+