ଧାମନଗର ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ନଭେମ୍ବର ୩ରେ ଭୋଟ୍

ଧାମନଗର ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି, ନଭେମ୍ବର ୩ରେ ଭୋଟ୍

ଧାମନଗର ଉପନିର୍ବାଚନ: ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ । ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସେହିପରି ଅକ୍ଟୋବର ୧୭ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ନଭେମ୍ବର ୩ ତାରିଖରେ ଭୋଟିଂ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ ଗ୍ରହଣ ହେବ । ୬ରେ ଗଣତି ହୋଇ ରେଜଲ୍ଟ ପ୍ରକାଶ ପାଇବ । ନିର୍ବାଚନ ନେଇ ଆଜି ସବିଶେଷ ସୂଚନା ଦେବେ ରାଜ୍ୟ ନିର୍ବାଚନ ଅଧିକାରୀ । ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ପରଠୁ ଏହି ଆସନଟି ଖାଲି ପଡ଼ିଛି । ଉପନିର୍ବାଚନ ପାଇଁ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ଭୋଟର ତାଲିକାରେ ନାମ ଥିବା ଭୋଟର ମାନେ ଭୋଟ ଦେଇ ପାରିବେ ।

ODISHA.Dhamnagar By Election

ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ପରଠୁ ଏହି ଆସନଟି ଖାଲି ପଡ଼ିଛି ।

ନଭେମ୍ବର ୬ ତାରିଖରେ ଉପନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ପାର୍ଥୀ ଘୋଷଣା କରାଯାଇ ନାହିଁ । ବିଜେଡି ଏବଂ କଂଗ୍ରେସରେ ବହୁ ଆଶାୟୀ ରହିଥିବା ବେଳେ ଦଳ କାହାକୁ ଟିକେଟ୍ ଦେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର । ଗତ ରାତି ଅର୍ଥାତ୍ ଗୁରୁବାର ଦିନ ବଜେଡି ପକ୍ଷରୁ ଧାମନଗର ଉପନିର୍ବାଚନ ପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସଙ୍କ ଉପସ୍ଥିତିରେ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ସୂଚନା ଅନୁସାରେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଦଳ ସଭାପତି ନବୀନ ପଟ୍ଟନାୟକ ଯାହାକୁ ପାର୍ଥୀ କରିବେ ଦଳର ସମସ୍ତ ସଦସ୍ୟ ତାଙ୍କୁ ସମର୍ଥନ କରିବେ । ସେପଟେ ବିଜେପି ପକ୍ଷରୁ ମଧ୍ୟ ଖୁବ ଶିଘ୍ର ପାର୍ଥୀ ଘୋଷଣା କରାଯିବ । ହେଲେ ଏହା ପୂର୍ବରୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+